କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ

0 486

ଖବର ଆଜିର,ତାରିଖ ୨୫/୦୭/୨୦,ଶନିବାର
୧-ପ୍ଲାଜମା ଥେରାପି ଆମ ରାଜ୍ୟରେ ଉତ୍ସାହ ଜନକ ସଫଳତା ଆଣିଛି : ପ୍ଲାଜମା ଦାନକୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଦାୟିତ୍ୱ।
୨-ଶୁକ୍ରବାର ରାଜ୍ୟରେ ରେକର୍ଡ ୧୫୯୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି।ସୁସ୍ଥ ହୋଇଥିବା ୮୦୮ ଜଣଙ୍କୁ ମିଶାଇ ରାଜ୍ୟରେ ଅଦ୍ୟାବଧି ଆରୋଗ୍ୟଙ୍କ ସଂଖ୍ୟା ୧୫୨୦୦କୁ ବୃଦ୍ଧି ଘଟିଛି।
୩-ଓଡ଼ିଶା ସରକାର ଖଣି ଓ ଖଣିଜ କ୍ଷେତ୍ରରେ ୨୧୭୨ କୋଟି ଟଙ୍କା ମୂଲ୍ୟର ୪ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ ଦେଇଛି । ଏସବୁ ଶିଳ୍ପରେ ପ୍ରାୟ ୧୧୨୨ ଜଣ ନିଯୁକ୍ତି ପାଇବେ ।
୪-ରିଲିଜ ହେଲା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’। ଡିଜ୍‌ନୀ ହଟ୍‌ଷ୍ଟାରରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ, ଏହାକୁ ମାଗଣାରେ ଦେଖିପାରିବେ ଦର୍ଶକ।
୫-ଅଯୋଧ୍ୟା: ରାମ ମନ୍ଦିରର ‘ଭୂମିପୂଜନ’ ଉପରେ ସ୍ଥଗିତାଦେଶ ଜାରି ପାଇଁ ଆଗତ ମାମଲାକୁ ଖାରଜ କଲେ ଏହ୍ଲାବାଦ ହାଇକୋର୍ଟ ।
୬-ୟୁନାଇଟେଡ ଆରମ୍ଭ ଏମିରାଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ।
୭-କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ : ୩୦ ବର୍ଷୀୟ ଯୁବକଙ୍କୁ ଦିଆଗଲା ପ୍ରଥମ ଟିକା ।
୮-ଅଯୋଗ୍ୟ କାଳିଆ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ : ଧରାପଡ଼ିଲେ ୧ ଲକ୍ଷ ୬ ହଜାର ଅଯୋଗ୍ୟ ହିତାଧିକାରୀ ।
୯-ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସସି)ରୁ ସମ୍ପୂର୍ଣ୍ଣ ରୂପେ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ଭାରତ-ଚୀନ ମଧ୍ୟରେ ସମ୍ମତି ପ୍ରକାଶ ପାଇଛି।
୧୦-ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକାର ପ୍ରମୁଖ ମୋବାଇଲ କମ୍ପାନୀ ଆପଲ ଏହାର ଆଇଫୋନ-୧୧ ମଡେଲର ଉପତ୍ାଦନ ଭାରତରେ ଆରମ୍ଭ କରିଛି।
୧୧-ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀରେ ଓଡ଼ିଶାର ସାଂସଦ ସସ୍ମିତ ପାତ୍ର

Leave A Reply

Your email address will not be published.