କଟକରେ ଆରମ୍ଭ ହେଲା ‘୧୧୨’ ପୁଲିସ ସେବା

0 177

କଟକ,୧୩/୮(ଏସଏସନିୟୁଜ) କଟକ କମିସନରେଟରେ ପୁଲିସର ସହାୟତା ପାଇଁ ଦେୟମୁକ୍ତ ନମ୍ବର ୧୦୦ ବଦଳରେ ୧୧୨ କାର୍ଯ୍ୟକାରୀ  ହୋଇଛି।ଏବେ ପୁଲିସ ସେବା ପାଇଁ ଜରୁରିକାଳୀନ ନମ୍ବର ୧୦୦, ଅଗ୍ନିଶମ ସେବା ପାଇଁ ୧୦୧, ଆମ୍ବୁଲାନ୍ସ ପାଇଁ ୧୦୨ ଓ ୧୦୮ ନମ୍ବରକୁ ଏଣିକି ଜନସାଧାରଣ ଫୋନ୍ ନକରି କରିବେ ୧୧୨କୁ ଫୋନକଲେ ପୁଲିସ ସେବା ମିଳିପାରିବ ।ତେବେ ଖୁବଶିଘ୍ର ୧୧୨ ସହିତ ଅଗ୍ନିଶମ ଓ ସ୍ବାସ୍ଥ୍ୟ ସେବାକୁ ଯୋଡ଼ାଯିବ। ୧୧୨ ନମ୍ବର ଜନସାଧାରଣଙ୍କ ମଧ୍ୟରେ ବହୁଳ ବ୍ୟବହାର ହେଲେ ୧୦୦, ୧୦୧, ୧୦୨ ଓ ୧୦୮ ନମ୍ବର ସ୍ଥାୟୀ ଭାବେ ବନ୍ଦ କରି ଦିଆଯିବାକୁ ଯୋଜନା କରାଯାଉଛି। ଏବେ ଉକ୍ତ ନମ୍ବରକୁ କେହି ଫୋନ୍ କଲେ କଲ୍ ସ୍ବୟଂଚାଳିତ ଭାବେ ୧୧୨କୁ ଟ୍ରାନ୍ସଫର୍ ହୋଇଯିବ।ତେବେ ଆଜିଠାରୁ ବିଧିବଦ୍ଧ ଭାବେ ଏହି ନମ୍ବର କଟକ ପାଇଁ କାର‌୍ୟ୍ୟକାରୀ ହୋଇଛି।

Leave A Reply

Your email address will not be published.