ଦାମୀମୋବାଇଲ ଫେରାଇଲେ ବସ ମାଲିକ

0 133

ବାରଙ୍ଗ,୨୪।୫(ଏସଏସନିଉଜ) ସୋମବାର ରାତିରେ ବସରେ ଯାତ୍ରା କରୁଥିବା ବେଳେ ଭୁଲ ବଶତଃ ବସରେ ଛାଡିଯାଇଥିବା ଏକ ଦାମୀ ମୋବାଇଲକୁ ଫେରାଇ ଚର୍ଚ୍ଚାରେ ରହିଛନ୍ତି ଟାଉନବସ ଡ୍ରାଇଭର।ମଙ୍ଗଳବାର ରାତିରେ ମାଷ୍ଟରକ୍ୟାଣ୍ଟିନ୍ ରୁ ନନ୍ଦନକାନନକୁ ଆସୁଥିବା ମା ଯୋଗମାୟା ନାମକ ଟାଉନ ବସରେ ପୁରୀର ଦୀପକ ପାତ୍ର ନାମକ ଯୁବକ ଆସି ପଟିଆରେ ଓହ୍ଲାଇଥିଲେ।ଭୁଲବସତ ତାଙ୍କର ମୋବାଇଲ ଫୋନଟି ବସିବା ସିଟରୁ ଖସି ତଳେ ପଡିଯାଇଥିବାରୁ କୌଣସି ଯାତ୍ରୀଙ୍କ ନଜରରେ ନଥିଲା।ବସଟି ରାହଣୀସ୍ଥଳୀ ରଘୁନାଥପୁର ଗାମୁଣ୍ଡ ବସ ମାଲିକଙ୍କ କାର୍ଯ୍ୟାଳୟରେ ଆସି ରହିଥିଲା।ରାତିରେ ବସ ସଫା କରିବାବେଳେ ସିଟ ତଳେ ମୋବାଇଲଟି ପଡିଥିବାର ଦେଖି ବସ ଡ୍ରାଇଭର କାର‌୍ୟ୍ୟା ଳୟରେ ଥିବା ମାଲିକ ତ୍ରିଲୋଚନ ରାଉତ ଙ୍କୁ ଦେଇଥିଲେ ।ଏହି ସମୟରେ ମୋବାଇଲକୁ ଫୋନ ଆସିବାରୁ ଯୁବକଜଣଙ୍କ ତାଙ୍କ ହଜିଥିବା ମୋବାଇଲ ଥିବାର ଜାଣିବାକୁପାଇଥିଲେ ।ପରେ ଏକ ଅଟୋକରି ଆସି ରଘୁନାଥପୁର ଗାଁମୁଣ୍ଡରେ ଥିବା ମା ଯୋଗମାୟା ବସ କାର୍ଯ୍ୟ।ଳୟରୁ ତାଙ୍କର ମୋବାଇଲିକୁ ନେଇଥିଲେ ।ଯୁବକଜଣଙ୍କ ପାଠ ପଢିବା ସହ ପାର୍ଟଟାଇମ କାମକରୁଛନ୍ତି ।ଗତ ୧୧ଦିନ ତଳେ ୪୮ହଜାରେ ଟଙ୍କା ଦେଇ ଦାମୀ ମୋବାଇଲଟି କିଣିଥିବା ବେଳେ ପାଇଯାଇ ଥିବାରୁ ବସମାଲିକଙ୍କ ସଚୋଟତା ଯୋଗୁ ଧନ୍ୟବାଦ ଦେଇ ଫେରିଥିଲେ ।

Leave A Reply

Your email address will not be published.