ଦାୟିତ୍ୱହିନତା ଯୋଗୁ ପୋଡିଗଲା ଇନକ୍ୟୁବେଟର

ନଷ୍ଟ ହୋଇଗଲା ୨୫୦ଅଣ୍ଡା

0 96

ବାରଙ୍ଗ,୭ା୭(ଏସଏସନିଉଜ) ନନ୍ଦନକାନନର ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କର୍ତ୍ତୃପକ୍ଷ ଘରୋଇକରଣ ଉପରେ ନିର୍ଭର କରୁଥିବାବେଳେ କେତକ ଖାଦ୍ୟ ଯୋଗାଣକୁ ନିଜ ଅଧିନରେ ରଖିଛନ୍ତି।ଏହାସତ୍ତ୍ୱେ କର୍ମଚାରୀ ମାନଙ୍କ ଦାୟିତ୍ବହୀନତା ଓ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କର ଖାମଖିଆଲ ମନୋଭାବ ଯୋଗୁ ବେଳେବେଳେ କର୍ତ୍ତୃପକ୍ଷଙ୍କୁ ଅପଦସ୍ତ ହେବାକୁ ପଡିଥାଏ।ଯାହାର ଜ୍ୱଳନ୍ତ ଉଦାହରଣ ନନ୍ଦନକାନନରେ ଥିବା ଜୀବନ୍ତ ଖାଦ୍ୟ ପ୍ରଜାଜନକେନ୍ଦ୍ରରେ ଦେଖିବାକୁ ମିଳିଛି।କୁକୁଡ଼ା ଚିଆଁ କରିବାପାଇଁ ଥିବା ଇନକ୍ୟୁ ବେଟର ମେସିନଟି ପୋଡିଯିବାରୁ ମେସିନରେ ଥିବା ୨୫୦ଟି ଅଣ୍ଡା ନଷ୍ଟ ହୋଇଯାଇଛି।
ପ୍ରକାଶ ଯେ, ୧୦ନମ୍ବର ଫାଟକ ପାଖରେ ରହିଛି ଜିଅନ୍ତ ଖାଦ୍ୟ ପ୍ରଜଜନ କେନ୍ଦ୍ର।ଏଠାରେ କୁକୁଡ଼ା, କୁକୁଡ଼ା ଚିଆଁ,ବିଲାତି ମୂଷା ଆଦିକୁ ଜୀବଜନ୍ତୁମାନଙ୍କ ଖାଦ୍ୟପାଇଁ ପ୍ରସ୍ତୁତ ହେଉଛି।କୁକୁଡ଼ାଚିଆଁ ପାଇଁ ଏଠାକାର କର୍ମଚାରୀମାନେ ଇନକ୍ୟୁବେଟର ମେସିନରେ ୨୫୦ଟି ଅଣ୍ଡା ପୁରାଇଥିଲେ।ଗୁରୁବାର ଦିନ ୧୮ଦିନ ହୋଇଥିବାରୁ ଅଣ୍ଡାଗୁଡିକର ସ୍ଥିତି ଜାଣିବାପାଇ ମେସିନକୁ ଖୋଲିଥିଲେ।ସର୍ଟସର୍କିଟ ଯୋଗୁ ମେସିନଟି ପୋଡିଯାଇ କାର‌୍ୟ୍ୟକ୍ଷମନହୋଇ ବନ୍ଦ ହୋଇଯାଇଥିବାର ଜଣାପଡିଥିଲା। ଏଠାକାର କର୍ମଚାରୀମାନେ ନିୟମିତ ଭାବେ ଯଦି ମେସିନକୁ ଯାଞ୍ଚ କରିଥାନ୍ତେ ତେବେ କରା ଯାଇଥିବା ପରିଶ୍ରମ ଅନୁଯାଇ କୁକୁଡ଼ାଚିଆଁ ଉତ୍ପାଦାନ ହୋଇପାରିଥାନ୍ତା ।ଦାୟିତ୍ୱରେ ଥିବା ରେଞ୍ଜରଙ୍କ ପଦୋନରତି ହୋଇଯାଇଥିବାରୁ ସେ ନନ୍ଦନ କାନନରୁ ଯିବାପାଇଁ ବ୍ୟସ୍ତ ରହୁଛନ୍ତି ।ସେ ତଦାରଖ କରିବାକୁ ଯାଉନଥିବାର ସୁଯୋଗରେ କର୍ମଚାରୀମାନେ ଢିଲା ହୋଇଯାଇଥିବାର କୁହାଯାଉଛି।

Leave A Reply

Your email address will not be published.