ଦେଖିବା କିଏ ମୋଁ ମୁହଁ ଫଟେଇବ

0 277

ଆଜି ସକାଳର ଖବର,ତାରିଖ ୦୭/୦୯/୨୦ ସୋମବାର ।
୧-ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଚାଉଳମେନ୍ଦି ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଗାଁ ନିକଟରେ ଜଣେ ଗୃହରକ୍ଷୀଙ୍କୁ ଗତକାଲି ରାତିରେ ନିର୍ମମ ଭାବେ ହତ୍ୟା କରିଛନ୍ତି ଗଞ୍ଜେଇ ମାଫିଆ।
୨-ଆସିଲା ଆଇପିଏଲ ଖେଳସୂଚୀ – ପ୍ରଥମ ମ୍ୟାଚରେ ମହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ।
୩-ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ରାଜ୍ୟପାଳଙ୍କ କନଫରେନ୍ସ: ଉଦ୍‌ଘାଟନୀ ଅଧିବେଶନକୁ ଆଜି ସମ୍ଵୋଧିତ କରିବେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
୪–ଅର୍ଜୁନ କପୁରଙ୍କ ପରେ ଏବେ ମଲାଇକା ଅରୋରା କରୋନା ପଜିଟିଭ ଚିହ୍ନଟ : ସୂଚନା ଦେଲେ ଭଉଣୀ ଅମୃତା।
୫-ଆଜିଠାରୁ ଆରମ୍ଭ ହୋଇପାରେ ‘କୋଭାକ୍ସିନ’ର ଦ୍ଵିତୀୟ ପର୍ଯ୍ୟାୟ  ପରୀକ୍ଷଣ।
୬-ନୀତି ଆୟୋଗର ରେଂକିଙ୍ଗ : କୃଷି ଓ ଜଳ ସମ୍ପଦରେ ନବରଙ୍ଗପୁର ଜିଲାକୁ ପ୍ରଥମ ସ୍ଥାନ।
୭-ଦିଲ୍ଲୀ ଏମ୍ସରେ ମା’ଙ୍କ ଚକ୍ଷୁଦାନ କଲେ ମନ୍ତ୍ରୀ ହର୍ଷବର୍ଦ୍ଧନ, କହିଲେ ମା’ଙ୍କ ଶରୀର ଦାନ ସମାଜକୁ ପ୍ରେରଣା ଦେବ।
୮-ସଞ୍ଜୟ ରାୱତଙ୍କୁ କଙ୍ଗନାଙ୍କ ଚ୍ୟାଲେଞ୍ଜ: କହିଲେ, ଆସୁଛି ମୁମ୍ବାଇ, ‘ଦେଖିବା କିଏ ମୋଁ ମୁହଁ ଫଟେଇବ’।
୯-କଙ୍ଗନା ରଣାଓ୍ବତଙ୍କୁ ସୁରକ୍ଷା ଯୋଗାଇବେ ହିମାଚଳପ୍ରଦେଶ ସରକାର, ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର।
୧୦-ଅନୁଭବଙ୍କ ଅଭିଯୋଗର ବର୍ଷାଙ୍କ ଜବାବ: ସୋସିଆଲ ମିଡିଆରେ ବର୍ଷା ଲେଖିଲେ, ସତ କେବେ ଲୁଚି ରହେନା; ମିଛ ଅଭିଯୋଗ ଆଣି ଜଣକ ଚରିତ୍ର ଉପରେ ଆଙ୍ଗୁଠି ଉଠାଇବା ଆଗରୁ ଭଗବାନଙ୍କୁ ଭୟ କରିବା ଉଚିତ।
୧୧-ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଲାଗିଲା କଟକଣା।
୧୨-ଟ୍ରମ୍ପଙ୍କୁ ସମର୍ଥନ କଲେ ଓସାମାଙ୍କ ଝିଆରୀ, କହିଲେ- ଜୋ ବିଡେନ କ୍ଷମତାକୁ ଆସିଲେ ଆମେରିକାରେ ୯/୧୧ଠୁ ବି ବଡ ଆତଙ୍କୀ ଆକ୍ରମଣ ହୋଇପାରେ।
୧୩-ସୁପର କୁଲ୍: ବରଫ ବାକ୍ସରେ ଦୁଇ ଘଣ୍ଟା ୩୧ ମିନିଟ୍ ଛିଡ଼ା ହୋଇ ରେକର୍ଡ କଲେ ଅଷ୍ଟ୍ରୀୟ ନାଗରିକ ଜୋସେଫ୍।
୧୪-କରୋନା କାଳରେ ରୁଷବାସୀଙ୍କ ପାଇଁ ବଡ ଆଶ୍ଵସ୍ତି, ଚଳିତ ସପ୍ତାହରେ ଲୋକଙ୍କ ପାଇଁ ଉପଲବ୍ଧ ହେବ କୋଭିଡ୍-୧୯ ଭ୍ୟାକସିନ।
୧୫-IPL: ଖେଳାଳି ଓ ପରିବାରଙ୍କୁ Covidରୁ ରକ୍ଷା କରିବ BCCIଙ୍କ ବ୍ଲୁଟୁଥ୍ ବ୍ୟାଜ୍।
୧୬-୧୫ ଦିନ ମଧ୍ୟରେ ଲକ୍‌ଡାଉନ୍ ପୂର୍ବରୁ ବୁକ୍ ହୋଇଥିବା ବିମାନ ଟିକେଟ୍ ବାବଦ ପୂର୍ଣ୍ଣ ଅର୍ଥ ‌ଫେରସ୍ତ କରିବାକୁ କେନ୍ଦ୍ରର ଯୋଜନା।

Leave A Reply

Your email address will not be published.