ଧନୁଆ ନଦୀରେ ୩୦ ଫୁଟର ଘାଇ

0 181

କୋଣାର୍କ ,୨୨/୮(ଏସଏସନିଉଜ) କୋଣାର୍କ ଧନୁଆ ନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି ।ଯାହାଫଳରେ ଗୋପ ଓ ସତ୍ୟବାଦୀ ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି । କୁଶଭଦ୍ରା ନଦୀର ପାଣି ମାଡି ଆସିବାରୁ ଧନୁଆ ନଦୀର ଜଳସ୍ତର ବଢିବାପରେ ଏକ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ରାସ୍ତା ଉପରେ ପାଣି ମାଡିଯିବାରୁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଗାଁରେ ଏବେ ବେକେ ଉଚ୍ଚର ପାଣି ଲହଡି ମାରୁଥିବା ସୂଚନା ରହିଛି ।ସେପଟେ ଭୋଗରାଇ ନିକଟରେ ସୁବର୍ଣ୍ଣରେଖାର ଜଳସ୍ତର ଲଗାତାର ବଢିବାରେ ଲାଗିଛି । ଯାହାକୁ ନେଇ ନଈକୁଳିଆ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ନଦୀବନ୍ଧ ଉପରେ ଆସି ଲୋକେ ଜଗି ରହିଛନ୍ତି। ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଥିବା ବେଳେ ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ଜଳ ସଂପଦ ବିଭାଗର ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ଜଗିରହିଛନ୍ତି।

 

Leave A Reply

Your email address will not be published.