ଦିନ ପାଲଟିଥିଲା ରାତି

0 290

ସଂକ୍ଷେପରେ ଆଜିର ଖବର ୨୨/୦୪/୨୦ବୁଧବାର
୧-କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ମିଳିବ ରାଷ୍ଟ୍ରୀୟ ସହିଦ ସମ୍ମାନ ସହ ୫୦ ଲକ୍ଷ ଟଙ୍କା।
୨-ଅନଲାଇନରେ ବିକ୍ରିହେବ ପରିବା, କୃଷକର ସମସ୍ୟା ଦେଖି ନିଷ୍ପତି ନେଲେ ରାଜ୍ୟ ସରକାର।odihortmarketing.nic.in ୱେବସାଇଟର ଶୁଭାରମ୍ଭ କରିଛନ୍ତି କୃଷିମନ୍ତ୍ରୀ ।
୩-ଆଜି ସରପଞ୍ଚଙ୍କ ସହ କଥା ହେବେ ନବୀନ । ଭିଡ଼ିଓ କନଫରେନ୍ସି ଜରିଆରେ କରୋନା ଯୋଦ୍ଧାଙ୍କ ସହ କରିବେ ସମୀକ୍ଷା । କେମିତି ସରପଞ୍ଚ ତୁଲାଇବେ ଜିଲ୍ଲାପାଳ କ୍ଷମତା ବୁଝାଇବେ ମୁଖ୍ୟମନ୍ତ୍ରୀ ।
୪-ବୁର୍ଲା:ନିଜ କାରରେ ଗରୀବ ମହିଳା ରୋଗୀଙ୍କୁ ଘରକୁ ଛାଡ଼ିବାକୁ ନେଲେ ଡ଼ାକ୍ତର ଶଙ୍କର ରାମଚନ୍ଦାନି।
୫-ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜି ଅଭୟ, ଯାଞ୍ଚ ବ୍ୟବସ୍ଥା ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ।
୬-ବିଧାନସଭାରେ ଆଜିଠାରୁ ଖୋଲିବ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ, ପାନ ଖାଇ କିମ୍ବା ମଦ ପିଇକି ଅଫିସ ଆସିଲେ ତୁରନ୍ତ ନିଆଯିବ କାର‌୍ୟ୍ୟାନୁଷ୍ଠାନ।
୭-ନିଷ୍ପତ୍ତି ବଦଳାଇଲେ ଉଚ୍ଚଶିକ୍ଷା ବିଭାଗ ସଚିବ,ମେ’ ୩ ଯାଏ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ ।
୮-ଲକଡାଉନ୍ ବେଳେ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି ଓଲିଉଡ ଷ୍ଟାର ସବ୍ୟସାଚୀ ମିଶ୍ର, ନିଜ ଘରେ ଖୋଲିଛନ୍ତି କଣ୍ଟ୍ରୋଲ ରୁମ୍।
୯-କ୍ୱାରେଣ୍ଟାଇନରେ ରହିଲେ ଯାଜପୁର ଜିଲ୍ଲାର ୩ ଡାକ୍ତର ଓ ୧୯ ନର୍ସ।
୧୦-ଗତକାଲି ଦିନ ପାଲଟିଥିଲା ରାତି, ରାଜ୍ୟର କିଛି ଜିଲ୍ଲାରେ ହୋଇଥିଲା କାଳବୈଶାଖୀର ତାଣ୍ଡବ।
୧୧-ଅଣ ହଟସ୍ପଟ ଜିଲ୍ଲା ପାଇଁ ଜାରି ହେଲା ଏସଓପି । ଶ୍ରମିକଙ୍କ ଯାତାୟତ ପାଇଁ ମିଳିବ ପୂର୍ଣ୍ଣ ଅନୁମତି । ଗାଡି ମରାମତି ଦୋକାନ ସହ ଖୋଲା ରହିବ ଢାବା ।
୧୨-ପାଣିପାଗ: ଆଜି ୯ ଜିଲ୍ଲାରେ କାଳବୈଶାଖୀ, ଉପକୂଳରେ ଛାତିରୁ ଆଶ୍ବସ୍ତି।
୧୩-ଔଙ୍କଦ୍ଭର ୨୧କୁ ଘୁଞ୍ଚିଲା \’କ୍ଲାଟ\’ପରୀକ୍ଷା, ଏମ୍ସର ନର୍ସିଂ ପାଠ୍ୟକ୍ରମର ଶେଷ ପଞ୍ଜିକରଣ ସ୍ଥଗିତ।
୧୪-ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀ ତିନି ମାସ ପର‌୍ୟ୍ୟନ୍ତ ମାଗଣାରେ କରିପାରିବେ ଗ୍ୟାସ୍ ରିଫିଲ।
୧୫-ଦେଶବାସୀଙ୍କୁ ଫୋନ୍ କରି ପ୍ରଧାନମନ୍ତ୍ରୀ ମୋଦୀ ନେବେ ଫିଡ୍‌ବ୍ୟାକ୍, ୧୯୨୧ ନମ୍ବରରେ ଆପଣଙ୍କ ପାଖକୁ ଆସିପାରେ ଫୋନ କଲ୍।
୧୬-ଚୀନ୍ ଛାଡ଼ି ଆସିବାକୁ ଦ.କୋରିଆ, ଜାପାନ କମ୍ପାନୀଙ୍କ ସଜବାଜ,ଭାରତରୁ ଉତ୍ପାଦନ ପାଇଁ ୧୦୦୦ ବିଦେଶୀ କମ୍ପାନୀ ଆଗ୍ରହୀ।

Leave A Reply

Your email address will not be published.