ଦିନଦ୍ୱିହିପହରରେ ଲୁଟିନେଲେ ଟଙ୍କା

0 503

ବାରଙ୍ଗ,୧୭/୧୧(ଏସଏସନିୟୁଜ) ଛୁରାମାଡ କରି ଲୁଟିନେଲେ ଟଙ୍କା ।ଜଣେ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ଟଙ୍କା ଆଦାୟ କରି ଫେରୁଥିବାବେଳେ ବାରଙ୍ଗ-ବାଙ୍କୀ ମୁଖ୍ୟରାସ୍ତାରେ ଏହିଭଳି ଘଟଣା ଘଟିଛି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଘଟଣାରୁ ଜଣାପଡିଛି ଯେ,ମଙ୍ଗଳବାର ଦ୍ୱିହିପହରରେ ଗୋଡିସାହିଫାଣ୍ଡି ଅଧିନସ୍ଥ ବିଦ୍ୟାଧରପୁର ଗ୍ରାମରୁ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥାର ଜଣେ କର୍ମଚାରୀ ମହିଳାମାନଙ୍କଠାରୁ ଟଙ୍କା ଆଦାୟ କରି ଫେରୁଥିଲେ । କର୍ମଚାରୀଜଣଙ୍କ ତାଙ୍କ ବାଇକରେ ଫେରୁଥିବାବେଳେ ବିଦ୍ୟାଧରପୁର ଗ୍ରାମମୁଣ୍ଡ ବାରଙ୍ଗ-ବାଙ୍କୀ ରାସ୍ତାରେ ତିନିଜଣ ଯୁବକ ରୋକି ପାଖରେ ଆଦାୟ କରି ଆଣିଥିବା ଟଙ୍କା ମାଗିଥିଲେ । କର୍ମଚାରୀ ଜଣଙ୍କ ଟଙ୍କା ଦେବାକୁ ରାଜି ନହେବାରୁ ତାଙ୍କୁ ଛୁରାମାଡ କରି ଦେଢଲକ୍ଷଟଙ୍କା ଲୁଟି ନେଇଥିଲେ । କର୍ମଚାରୀ ଜଣଙ୍କ ଫାଣ୍ଡିର ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି

Leave A Reply

Your email address will not be published.