ଭୁବନେଶ୍ୱର,୭ା୭(ଏସଏସନିଉଜ) ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟ ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ଗତ ଜୁନ ମାସ ୨୦ ତାରିଖରେ ସର୍ଭାଇକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର ପାଇଁ ନବୀନ ମୁମ୍ବାଇ ଯାଇଥିଲେ । ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୨୨ ତାରିଖରେ ସଫଳତାର ସହ ଅସ୍ତ୍ରୋପଚାର ହୋଇଥିଲା। ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପ୍ରସିଦ୍ଧ ସ୍ପାଇନ ସର୍ଜନ ରାଜଶେଖର ଓ ତାଙ୍କ ଟିମ୍
୪ ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର କରିଥିଲେ । ଏକ ସପ୍ତାହ ମୁମ୍ବାଇରେ ରହିବେ, ଚାଲିବ ଫିଜିଓ ଥେରାପି ବୋଲି ଜଣାପଡିଛି ।ଏହା ପରେ ୨୩ ତାରିଖରେ ନବୀନଙ୍କ ଭାଇ ପ୍ରେମ ପଟ୍ଟନାୟକ ସୋସିଆଲ ମିଡିଆରେ କହିଥିଲେ ଯେ, ନବୀନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ କିଛି ପାଦ ନିଜେ ଚାଲି ପାରୁଛନ୍ତି ବୋଲି କହିବା ସହ ନବୀନଙ୍କ ଦୀର୍ଘାୟୁ କାମନା ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।
Prev Post
Next Post
