ଡ୍ରାଇଭରଙ୍କ ପାଇଁ ରଜଭେଟି

0 215

ଭୁବନେଶ୍ୱର,୧୨।୬(ଏସଏସନିଉଜ)ଡ୍ରାଇଭର ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଯେଉଁ ଦାବି ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିଲେ, ତାହାକୁ ସରକାର ପୂରଣ କରିଛନ୍ତି। ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀକଲ୍ୟାଣ ଯୋଜନା ୨୦୨୩ ଏବଂ କଲ୍ୟାଣ ବୋର୍ଡ ଗଠନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଦୁର୍ଘଟଣାଜନିତ ମୃତ୍ୟୁକ୍ଷେତ୍ରରେ, ମୃତ ଡ୍ରାଇଭର/ କର୍ମଚାରୀଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯିବ।ଅତି ଗଭୀରଆଘାତ କ୍ଷେତ୍ରରେ ୮୦ ହଜାରଟଙ୍କା , ସ୍ଥାୟୀ ଅକ୍ଷମତା ମାମଲାରେ ମୋଟର ପରିବହନ ଡ୍ରାଇଭର କିମ୍ବା କର୍ମଚାରୀଙ୍କୁ ୧ଲକ୍ଷ ପଚାଶ ହଜାର ଟଙ୍କା, ସାଧାରଣ ମୃତ୍ୟୁ ମାମଲାରେ ପରିବାର ଲୋକଙ୍କୁ ୨ଲକ୍ଷଟଙ୍କା, ଏହା ବ୍ୟତୀତ, ସେମାନଙ୍କୁ ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନା, ମଧୁବାବୁ ପେନସନ୍ ଯୋଜନା ଆଦିରେ ଯୋଗ୍ୟତା ଅନୁଯାୟୀ ଅନ୍ତର୍ଭୁକ୍ତ କରାଯିବ ।

Leave A Reply

Your email address will not be published.