ଡିଏସପି ସ୍ତରରେ ଅଦଳବଦଳ

0 447

ଭୁବନେଶ୍ୱର,୨୬/୪(ଏସଏସନିଉଜ)ଓଡ଼ିଶା ପୋଲିସର ଡିଏସପି ସ୍ତରରେ ଅଦଳବଦଳ କରାଯାଇଛି । ଅନୁଗୁଳ ଏସଡିପିଓ ଭବାନୀ ଶଙ୍କର ଉଦଗାତାଙ୍କୁ ଆଇୟୁସିଏଡବ୍ଲ୍ୟୁ ଢେଙ୍କାନାଳର ଅତିରିକ୍ତ ଏସପି, ଡିଏସପି ବିଦ୍ୟୁତ ଚରଣ ପଣ୍ଡାଙ୍କୁ ନୟାଗଡ଼ ଅତିରିକ୍ତ ଏସପି, ଡିଏସପି କୃଷ୍ଣପ୍ରସାଦ ପଟ୍ଟନାୟକଙ୍କୁ କଟକର ଅତିରିକ୍ତ ଏସପି , ଇନ୍ସପେକ୍ଟର ଉତ୍ତରମ କୁମାର ମହାନ୍ତିଙ୍କୁ ସ୍ପେଶାଲ ବ୍ରାଞ୍ଚର ଡିଏସପି, ଇନ୍ସପେକ୍ଟର ବିଚିତ୍ରାନନ୍ଦ ସେଠୀଙ୍କୁ କନ୍ଧମାଳ ମୁଖ୍ୟାଳୟର ଡିଏସପି , ଅତିରିକ୍ତ ଏସପି ଦିଲ୍ଲୀପକୁ କୁମାର ତ୍ରିପାଠୀଙ୍କୁ ଭୁବନେଶ୍ୱର ଇଓଡବ୍ଲ୍ୟୁର ଅତିରିକ୍ତ ଏସପି , ଡିଏସପି ବିଳାସିନୀ ନାୟକଙ୍କୁ ଏସଟିଏଫ ଭୁବନେଶ୍ୱରର ଅତିରକ୍ତ ଏସପି , ସୁନ୍ଦରଗଡ଼ ଡିଆଇବିର ଡିଏସପି ସଂଗ୍ରାମ କେଶରୀ ବିଶ୍ୱାଳଙ୍କୁ ସଏଚଆରସିର ଡିଏସପି , ଡିଏସପି ନିରଞ୍ଜନ ବେହେରାଙ୍କୁ କୋରାପୁଟରୁ ଭୁବନେଶ୍ୱର ସିଏଡବ୍ଲ୍ୟୁ , ଡିଏସପି ଅଭିଜିତ ମୁଖାର୍ଜୀଙ୍କୁ ସ୍ପେଶାଲ ବ୍ରାଞ୍ଚରୁ ରାଜ୍ୟ ପୋଲିସ ମୁଖ୍ୟାଳୟ, ଡିଏସପି ରବିନାରାୟଣ ପାଢ଼ୀଙ୍କୁ ଖୋର୍ଦ୍ଧାରୁ ଭୁବନେଶ୍ୱର ସିଏଡବ୍ଲ୍ୟ , ଇନ୍ସପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ଡିଏସପି ରାଙ୍କରୁ ଏସିପି କମିଶନରେଟ ପୋଲିସ , ପୁରୀ ଡିଏସପି ଦେବୀ ପ୍ରସାଦ ପାତ୍ରଙ୍କୁ କଟକ ପୋଲିସ ମୁଖ୍ୟାଳୟର ଡିଏସପି ଭାବେ ବଦଳି କରାଯାଇଛି ।

Leave A Reply

Your email address will not be published.