ଦୁର୍ଗ ରକ୍ଷା କରିପାରିବେ ତ ଦିଦି?

ତାରିଖ ୨୩-୧୨-୨୦ ବୁଧବାର,ସକାଳର ଖବର

0 363

୧-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକାର ସାମରିକ ସମ୍ମାନ । ‘ଲେଜିଅନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କଲା ଆମେରିକା ।
୨-ସାବଧାନ୍ ଫେସବୁକ ୟୁଜର୍ସ । ଆପଣଙ୍କ ଆକାଉଣ୍ଟ ହ୍ୟାକ୍ କରି ଆପଣଙ୍କ ବନ୍ଧୁମାନଙ୍କୁ ଟଙ୍କା ମାଗୁଛନ୍ତି ହ୍ୟାକର । ରାଜଧାନୀରୁ ଆସିଲା ଠକେଇର ବଡ଼ ଅଭିଯୋଗ ।
୩-ଶୀତରେ ଥରୁଛି ଓଡ଼ିଶା : ୨୫ ପର୍ଯ୍ୟନ୍ତ ଅସମ୍ଭାଳ ଜାଡ଼
୪-ଏଣିକି ମାତ୍ର ଶହେ ଟଙ୍କାରେ କରିପାରିବେ କରୋନା ଟେଷ୍ଟ । ଜାରି ହେଲା ସରକାରୀ ନିର୍ଦ୍ଦେଶନାମା । ଅଧିକ ଦାମ ଦାବି କଲେ, ଡିଏମଇଟିଙ୍କ ପାଖରେ କରିପାରିବେ ଅଭିଯୋଗ ।
୫-ଚାଷୀ, ମିଶନ ଶକ୍ତି ଓ ଏମଏସଏମଇକୁ ଋଣ ପ୍ରଦାନ ତ୍ବରିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ।
୬-ପରୀ ଦୁଷ୍କର୍ମ ଓ ହତ୍ୟା ଜଘନ୍ୟକାଣ୍ଡରୁ ପରଦା ହଟାଇଲା SIT : ହତ୍ୟା ପରେ ମରଶରୀର ଉପରେ ଅଭିଯୁକ୍ତ କରିଥିଲା ପାଶବିକ ଯୌନ ଅତ୍ୟାଚାର ।
୭-୨୬ରେ ବିଜେଡିର ପ୍ରତିଷ୍ଠା ଦିବସ : ରାଜ୍ୟବାସୀଙ୍କର ଥିବା ଆସ୍ଥା ବଜାୟ ରଖିବା ଏବଂ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ଦଳର ନେତାଙ୍କୁ ନବୀନଙ୍କ ପରାମର୍ଶ ।
୮-ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣାର କଳା କାହାଣୀ ଖୋଲିଲେ SIT ମୁଖ୍ୟ ଅରୁଣ ବୋଥ୍ରା
୯-ଦିଲ୍ଲୀରେ ୨୭ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ସୀମା ସିଲ୍ କଲା ଦିଲ୍ଲୀ ପୋଲିସ । ଚିଲ୍ଲା ବର୍ଡର ସମେତ ନୋଏଡା ଓ ଗାଜିଆବାଦରୁ ଦିଲ୍ଲୀକୁ ପ୍ରବେଶ ବନ୍ଦ
୧୦-ପାରାଦୀପରେ ୧୦୦ରୁ ଊର୍ଦ୍ଧ୍ୱ ମନ୍ତ୍ରୀ, ବିଧାୟକ: ଯୁଦ୍ଧ ଜାହାଜରେ ବସି ସମୁଦ୍ରରେ ବୁଲିଲେ ।
୧୧-ନୂଆ ପ୍ରଜାତିର କରୋନା ଭୁତାଣୁ ଭାରତରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ : ସ୍ବାସ୍ଥ୍ୟ ମନ୍ତ୍ରାଳୟ ।
୧୨-କରୋନାର ନୂଆ ଷ୍ଟ୍ରେନ୍ : ବ୍ରିଟେନ୍‌ରୁ ଫେରିଥିବା ୭ ଯାତ୍ରୀ କରୋନା ଆକ୍ରାନ୍ତ, କିନ୍ତୁ ସେମାନଙ୍କ ଶରୀରରେ କରୋନାର ନୂଆ ଗୁଣସୂତ୍ରଧାରୀ ସଂକ୍ରମଣ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।ବିମାନବନ୍ଦର ଗୁଡିକରେ ହାଇଆଲର୍ଟ
୧୩-ବିଜେପି ଚାଣକ୍ୟ ଅମିତ ଶାହାଙ୍କ ଟାର୍ଗେଟରେ ପଶ୍ଚିମବଙ୍ଗ ବିଧାନସଭା! ଦୁର୍ଗ ରକ୍ଷାରେ ସମର୍ଥ ହେବେ ତ ଦିଦି?
୧୪-ବ୍ରିଟେନ ଫେରନ୍ତାଙ୍କ ପାଇଁ ଗାଇଡଲାଇନ୍ ଆଣିଲେ କେନ୍ଦ୍ର ସରକାର, କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ।
୧୫-ବରଗଡ଼ଠାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ।
୧୬-ବାୟୋଟେକ୍ ଫାର୍ମାର ଦାବି: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ପାଇଁ ୬ ସପ୍ତାହରେ ତିଆରି ହେବ ଭ୍ୟାକସିନ୍ ।
୧୭-ଅଲିଭ୍ ରିଡଲେଙ୍କ ଅଣ୍ଡାଦାନ ତଦାରଖ ଲାଗି ଗଞ୍ଜାମରେ ୧୧ଟି ଶିବିର; ୩୦ ଟିମ୍ ଗଠନ କଲା ବନ ବିଭାଗ
୧୮-ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଶାସନ ସଚିବ ।
୧୯-ସାଥୀ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇ ଭାରତ ଫେରିଲେ କୋହଲି ।
୨୦-ଚହଲଙ୍କ ବଲ୍‌ରେ କ୍ଲିନ୍ ବୋଲ୍ଡ ହେଲେ ଧନଶ୍ରୀ, ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ତାରକା ସ୍ପିନର ।
୨୧-ଧାନ କିଣା ପ୍ରକ୍ରିୟା ସମୀକ୍ଷା, ସୋସିଆଲ୍ ମିଡିଆରେ ଚାଷୀଙ୍କ ସମସ୍ୟା ବୁଝିଲେ ଯୋଗାଣ ମନ୍ତ୍ରୀ ।

Leave A Reply

Your email address will not be published.