ଦ୍ଵାରିକାଦାସଙ୍କ ଜନ୍ମଉତ୍ସବ

0 106

ବାଙ୍କୀ,୪।୫(ଏସଏସନିଉଜ )ଭଗୀପୁର ଗ୍ରାମର ଆରାଧ୍ୟଦେବତା ବାବା ଦ୍ଵାରିକାଦାସଙ୍କ ଜନ୍ମଉତ୍ସବ ପାଳିତ ହୋଇଯାଇଛି । ଏହି ଜନ୍ମଦିବସ ଉପଲକ୍ଷେ ବାବା ଦ୍ଵାରିକାଦାସଙ୍କ କଳସ ସ୍ଥାପନ ପାଇଁ ମହାନଦୀ ରୁ ଏକ ମାଠିଆରେ ଜଳଆସି କଳସ ସ୍ଥାପନ କରଯାଇଥିଲା । ପରେ ଦ୍ଵାରିକାଦାସଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହୋଇଥିଲା ।

ପ୍ରକାଶଯେ ବାବା ଦ୍ବାରିକାଦାସ ବାଙ୍କୀ ଡମପଡା ଅର୍ନ୍ତଗତ ଭଗିପୁରଗ୍ରାମରେ ବହୁକାଳ ଧରି ଆଶ୍ରମ କରି ଅବସ୍ଥାନ କରୁଥିଲେ । ଡମପଡ଼ାରାଜା ଦ୍ଵାରିକା ଦାସଙ୍କପାଇଁ ବୃତ୍ତିବାଡ଼ି ଖଞ୍ଜି ଦେଇଥିଲେ । ଯାହା ଅଦ୍ୟାପି ତାଙ୍କର ବଂଶଧର ଭୋଗ ଦଖଲ କରୁଥିବାର ତଥ୍ୟ ପ୍ରକାଶ ମିଳିଛି । ପୂର୍ବରୁ ଲୋକେ କହନ୍ତି ଜଣେ ସନ୍ୟାସୀ ବାଘ ଛାଲ ଉପରେ ବସି କଟକ ଜଗତପୁର ମହାନଦୀରେ ପାର ହୋଇ ଭଗିପୁର କୁ ଆସିଥିଲେ । ଆସିବା ବେଳେ ମୁଣ୍ଡରେ ଜଟା, ଗୌରବର୍ଣ୍ଣ ଦିବ୍ୟରୂପ ଥିଲା ସାଧୁଙ୍କର । ଦ୍ବାରିକା ଦାସ ୧୬୫୯ ଖ୍ରୀଷ୍ଟାବ୍ଦ ପରେ ୧୭୩୯ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଜୀବିତ ଥିଲେ। ତାଙ୍କର ଆୟୁ ଅନ୍ୟୁନ ୮୦ ବର୍ଷ ଥିବା କୁହାଯାଉଛି । କାରଣ ସେ ୧୬୬୨ ସାଲରେ ଜନ୍ମଗ୍ରହଣ କରି ୧୭୪୦ ସାଲ ଚୈତ୍ର ବାରେଣୀ ଅମାବାସ୍ୟା ଦିନ ବାଙ୍କୀ ଡମପଡ଼ା ଭଗିପୁରଠାରେ ଦ୍ଵାରିକା ଦାସ ଦେହତ୍ୟାଗ କରିଥିଲେ । ଆଜି ବି ସେଠାରେ ଏହିଦିନ ସଂକୀର୍ତ୍ତନ ଓ ମେଳା ଅନୁଷ୍ଠିତ ହେଉଛି । ସ୍ଥାନୀୟ ବାସିନ୍ଦା କହନ୍ତି ଦ୍ଵାରିକା ଦାସ ସେଠାରେ ଧାନ ଅବସ୍ଥାରେ ସମାଧି ନେଇଥିଲେ । ତାଙ୍କ ସମାଧି ବର୍ତ୍ତମାନ ଏକ ଉଇ ହୁଙ୍କାରେ ପରିଣତ ହୋଇଛି । ସେ ଗାଦିଗୋସେଇଁ ନାମରେ ସେ ଅଞ୍ଚଳରେ ବେଶ ପରିଚିତ । ପୂର୍ବରୁ ଦ୍ଵାରିକା ଦାସ ସମାଧି ନେଇଥିବା ସ୍ଥାନରେ ହୋଇଥିବା ଉଇହୁଙ୍କାକୁ ଗ୍ରାମବାସୀ ଙ୍କ ପକ୍ଷରୁ ନିଷ୍ଠାରସହିତ ପୂଜାର୍ଚ୍ଚନା କରିବାସହ ସେଠାରେ ଏକ ମନ୍ଦିରନିର୍ମାଣ କରାଯାଇଛି । ୧୬୬୨ ସାଲ ବୈଶାଖମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀଦିନ ଦ୍ଵାରିକା ଦାସ ଜନ୍ମଗ୍ରହଣ କରିଥିବାରୁ ଭଗିପୁରଗ୍ରାମବାସୀ ମାନେ ବୈଶାଖମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀଦିନ ବାବା ଦ୍ଵାରିକା ଦାସଙ୍କର ଜନ୍ମବାର୍ଷିକ ଉତ୍ସବକୁ ହୋମଯଜ୍ଞ କରି ପାଳନ କରୁଥିବାବେଳେ ବାବା ଦ୍ଵାରିକାଦାସଙ୍କ ମୁଖ୍ୟସେବକ ବସନ୍ତ କୁମାରସାହୁ ତାଙ୍କର ଧର୍ମପତ୍ନୀ କାଞ୍ଚନସାହୁଦ୍ଵାରିକା ଦାସଙ୍କ ଜନ୍ମଉତ୍ସବରେ କର୍ତ୍ତାକର୍ତ୍ତି ଭାବରେ ଯୋଗଦେଇ ପୂଜାର୍ଚ୍ଚନା କରିଥାନ୍ତି । ଏହି ଜନ୍ମ ବାର୍ଷିକ ଉତ୍ସବରେ ଭଗିପୁର ସମେତ ଆଖପାଖ ଅଞ୍ଚଳର ବହୁଭକ୍ତମାନେ ଆସି ବାବା ଦ୍ଵାରିକାଦାସଙ୍କୁ ଦର୍ଶନକରି କୃପା ଲାଭ କରିଥାନ୍ତି ।ଏହି ଜନ୍ମଉତ୍ସବ ଉପଲକ୍ଷେ ୧୦୦୦ରୁ ଉର୍ଦ୍ଧ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.