ଏକାଠିହେଲେ ଚାଷୀ ,ବୁଝିଲେ ଚାଷର ପଦ୍ଧତି

0 308

ଭୁବନେଶ୍ୱର,୫/୧୨-ମେଣ୍ଢାଶାଳ ଗ୍ରାମପଂଚାୟତ ସଭାଗୃହରେ ପାଂଚପଂଚାୟତର ଚାଷୀମାନେ ଏକାଠି ହୋଇଥିଲେ ।ଚାଷ ସମ୍ଭଦ୍ଧରେ ବିଭିର୍ଣପ୍ରଶ୍ନମାନ ପଚାରିବୁଝିବା ସହ ମୃର୍ତିକା ସଂରକ୍ଷଣର ଉପାୟ ଜାଣିଥିଲେ । ମେଣ୍ଢାଶାଳ ଅଂଚଳର ଚାଷୀମାନଙ୍କୁ ନେଇ ବ୍ଲକସ୍ତରୀୟ ବିଶ୍ୱମୁର୍ତିିକା ଦିବସ ପାଳିନ ହୋଇଯାଇଛି । ସରପଂଚ ମମତାବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଭୁବନେଶ୍ୱର ସହକାରୀ କୃଷିଅଧିକାରୀ ରଶ୍ମିତାବାଳାଦାସ ଯୋଗଦାନ କରି ମାନବସମାଜ ସୁସ୍ଥ ରହିବାକୁ ହେଲେ ପ୍ରଥମେ ମୃର୍ତିକାର ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ପଡିବ ବୋଲି କହିଥିଲେ । ଚାପ ପଦ୍ଧତିକୁ ଜୈବକୃଷିରେ ପରିଣତ କରିବା ସହ ମାଟିର ପରୀକ୍ଷା ନକରି ବିଭିର୍ଣ ଚାଷ କରାଯିବାରୁ ମୃତିକା ନଷ୍ଟ ହେବାକୁ ଲାଗୁଛି । ଏଥିପ୍ରତି ଚାଷୀମାନେ ଦୃଷ୍ଟିଦେବାକୁ ସେ ପରାମର୍ଶ ଦେଇଥିଲେ ।ଏହି ବ୍ଲକସ୍ତରୀୟ ଆଲୋଚନାଚକ୍ରରେ ଚନ୍ଦକା,ଅନ୍ଧାରୁଆ,ଦାରୁଠେଙ୍ଗ, କଂଟାବାଡ, ମେଣ୍ଢାଶାଳ ଗ୍ରାମପଂଚାୟତର ଚାଷୀମାନେ ଯୋଗଦାନ କରିଥିଲେ । ସର୍ବେଶ୍ୱରମହାନ୍ତି, ପ୍ରଫୁଲକୁମାର ପାତ୍ର,ବିଜୟକୁମାରପ୍ରଧାନ,ଫକିରଚରଣବେହେରାଙ୍କ ସମେତ ବହୁ ଚାଷୀ ବିଭିର୍ଣ ସମସ୍ୟା ଉପରେ ପଚାରି ବୁଝିବା ସହ ପ୍ରତିକାର ବିଷୟରେ ଜାଣିଥିଲେ । ଶେଷରେ ଭିଏଲଡବ୍ଲ୍ୟୁ ସଂଘମିତ୍ରା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.