ଜଟଣୀ,୧।୭(ଏସଏସନିଉଜ)ନାବାଳିକା ସହ ପ୍ରଥମେ ବନ୍ଧୁତା ଓ ସମୟଦେଖି କିଛି ଫଟୋ ଏବଂ ଭିଡିଓ ନିଜ ମୋବାଇଲଫୋନରେ ସଂଗ୍ରହ କରିନେଇଥିଲେ।ବାହାହେବା ପ୍ରସ୍ତାବକୁ ନାବାଳିକା ପ୍ରତ୍ୟାଖ୍ୟାନ କରିବା ପରେ ଭାଇରାଲ ପାଇଁ ଧମକ ଦେଇଥିଲେ।ମାନସିକ ଦୁଶ୍ଚିନ୍ତାରେ ନାବାଳିକା ବିଷପାନ କରି ଜୀବନ ଯୁଦ୍ଧରେ ହରିଯାଇଥିଲେ।ଏହି ଘଟଣାରେ ପୋଲିସ ଉକ୍ତ ଯୁବକକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟଯେ, ମୃତା ନାବାଳିକା ଜଣକ ପରିବାର ସହ ଜଟଣୀଥାନା ଅଞ୍ଚଳରେ ରହୁଥିବା ବେଳେ, ନିମ୍ନୋକ୍ତ ଏସକେ ଆସିଫଙ୍କ ସହ ଉତ୍ତମ ବନ୍ଧୁତା ଥିଲା ।ଏହି ବନ୍ଧୁତାର ଆଢୁଆଳରେ ଏସକେ ଆସିଫ ନାବାଳିକାଙ୍କ ଅଜାଣତରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ନିଜ ମୋବାଇଲ ଫୋନରେ ସଂଗ୍ରହ କରିନେଇଥିଲେ ଏବଂ ଏହାର କିଛିଦିନ ଯିବାପରେ ଏସକେ ଆସିଫ ନାବାଳିକାଙ୍କୁ ବିବାହ କରିବାଲାଗି ତାଙ୍କଉପରେ ଚାପ ପକାଇଥିଲେ ।ନାବାଳିକା ତାଙ୍କ ପ୍ରସ୍ତାବରେ ରାଜି ନହେବାରୁ ଅଭିଯୁକ୍ତ ନିଜ ପାଖରେ ରଖିଥିବା ନାବାଳିକାଙ୍କ ଫଟୋ ଓ ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ ।ଏହି ଘଟଣାରେ ନାବାଳିକାଜଣକ ଗଭୀର ମାନସିକ ଆଘାତ ପାଇବା ସହ ଏକଥା ଘରେ ଜଣାଇଥିଲେ ଏବଂ ପରେ ଆତ୍ମହତ୍ୟା ଉଦ୍ଦେଶ୍ୟରେ ବିଷପିଇ ଦେଇଥିଲେ । ବିଷକ୍ରିୟା ଯୋଗୁଁ ନାବାଳିକା ଜଣକ ଗୁରୁତର ହୋଇଥିବାବେଳେ, ପରିବାର ସଦସ୍ୟ ତାଙ୍କୁ ଅବିଳମ୍ବେ ଉଦ୍ଧାର କରି ଖୋର୍ଦ୍ଧାସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ।ପରେ ଉତ୍ତମ ଚିକିତ୍ସାଲାଗି ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତ ତା.୨୯.୦୭.୨୦୨୫ରିଖ ସନ୍ଧ୍ୟା ପ୍ରାୟ ୮.୫୫ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ବୁଲୁ ପାଟଷାଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ୩୪୨/୨୫କେସ ନମ୍ୱରରେ ହୋଇଥିବା ମାମଲାର ତଦନ୍ତ କରିବାସହ ଖୋର୍ଦ୍ଧା ମୁକୁନ୍ଦପ୍ରସାଦର ଏସକେ ଆସିଫଙ୍କୁ ଗିରଫ କରିଥିବା ବେଳେ ସେ ତାଙ୍କର ଦୋଷ ସ୍ଵୀକାର କରିଥିଲେ ।
Prev Post
Next Post
