ଏଥର ଭକ୍ତଙ୍କ ମେଳରେ ହେବ ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ

ଭଦ୍ରକ.୧୩/୫(ଏସଏସନିଉଜ) କରୋନା କଟକଣା ଯୋଗୁ ବିନାଭକ୍ତରେ ପାଳିତ ହେଉଥିବା ମଣିବାବାଙ୍କ ଶିବବିବାହ ମହୋତ୍ସବ ଏଥର ଆଡମ୍ବର ଭାବେ ପାଳିତ ହେବ ।ଭକ୍ତମାନଙ୍କ ଗହଣରେ ଶିବବିବାହ ମହୋତ୍ସବ ।ଏଥିପାଇଁ ମଙ୍ଗଳବାର ଜିଲାସ୍ତରୀୟ ବୈଠକ ସରିବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତିପର୍ବ। ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ରାଜ୍ୟ ଓ ରାଜ୍ୟ ବାହାରର ସାଂସ୍କୃତିକ ଓ ଲୋକବାଦ୍ୟକୁ ସାମିଲ କରାଯିବାର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ବରାନୁଗମନ ଶୋଭାଯାତ୍ରାରେ ଯୋଡିଶଙ୍ଖ ପରିବେଷଣ ପାଇଁ ରାଜ୍ୟ ସଂସ୍କୃତି ବିଭାଗ କୁ କୁହାଯାଇଛି । ବୈଦିକ ରୀତିନୀତି ଅନୁସାରେ ୧୬ତାରିଖ ସୋମବାର ଚନ୍ଦନପୂର୍ଣ୍ଣିମା ଦିନ ବିବାହ ନିମନ୍ତେ ଶୁଭ ଲଗ୍ନଚିଟାଉ ଥାଳ ନୀତି ଓ ଜ୍ୟୋତିଷ୍ୟଙ୍କ ପକ୍ଷରୁ ଲଗ୍ନଚିଟାଉ ପାଠ କରାଯିବ। ଜୁନ ୪ରେ ଦେବଦମ୍ପତିଙ୍କ ବିବାହ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପୀଠ ସମେତ ଆଖପାଖ ଜିଲାର ଦେବାଦେବୀଙ୍କ ନିମନ୍ତ୍ରଣ କରାଯିବ । ଭଦ୍ରକ ଜିଲାପାଳ ତଥା ଶିବବିବାହ ମହୋତ୍ସବର ଅଧ୍ୟକ୍ଷ ତ୍ରିଲୋଚନ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜିଲାସ୍ତରୀୟ ବୈଠକରେ ଏହିଭଳି ନିଷ୍ପତି ନିଆଯାଇଥିବାର ଜଣାପଡିଛି ।

 

- Advertisement -

Leave A Reply

Your email address will not be published.