ଫୁଟବଲ ସୁପରଷ୍ଟାର ମାରାଡୋନାଙ୍କର ହୃଦଘାତରେ ପରଲୋକ

0 247

ଆର୍ଜେଣ୍ଟିନା,୨୫/୧୧(ସତ୍ୟସନ୍ଧାନଡେସ୍କ) ବିଶ୍ବ ଫୁଟବଲ ଜଗତର ସୁପରଷ୍ଟାର ଡିଏଗୋ ମାରାଡୋନାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୦ ବର୍ଷ ହୋଇଥିଲା। ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ତାଙ୍କ ଓକିଲ କହିଛନ୍ତି। ମାରାଡୋନାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧୁଥିବାରୁ ତାଙ୍କର ଏକ ଅସ୍ତ୍ରୋପଚାରକରାଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯାଇଥିଲେ।ହେଲେ ମଦ୍ୟପାନ ଛଡାଇବା ପାଇଁ ତାଙ୍କୁ ଏକ କ୍ଲିନିକରେ ଭର୍ତ୍ତି କରାଯାଇଥିଲା।ଆଶ୍ଚର୍ଯ୍ୟ  ଭାବେ ସେ ଖୁବ୍ କମ୍ ଦିନ ମଧ୍ୟରେ ମଦ୍ୟପାନ ଛାଡି ଦେଇଥିଲେ । ତେବେ ଅଚାନକ ହୃଦଘାତ ହୋଇ ତାଙ୍କର ମୃତ୍ୟୁ ଘଟିଲା । ୧୯୮୬ ରେ ଆର୍ଜେଣ୍ଟିନା ପାଇଁ ବିଶ୍ୱକପ ଜିତି ସାରା ବିଶ୍ବରେ ଜଣେ ଶ୍ରେଷ୍ଠ ଖେଳାଳୀ ଭାବେ ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Leave A Reply

Your email address will not be published.