ଗାଦି ଛାଡିଲେ ଜୟନ୍ତ

0 484

ବାରଙ୍ଗ,୨୫/୬(ଏସ୍‌ଏସ୍‌ନିୟୁଜ) ଶେଷରେ ଗାଦିଛାଡିଛନ୍ତି ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତକୁମାରଦାସ ।୧୦ନଭେମ୍ବର୨୦୧୪ରୁ ସାଢେ୫ବର୍ଷ ପର୍ଯ୍ୟନ୍ତ ନନ୍ଦନକାନନରେ ଅବସ୍ଥାପିତ କରି ରେକର୍ଡ ସୃଷ୍ଟି କରିଥିବା ଜୟନ୍ତ ଶେଷରେ ବଦଳି ହୋଇଛି ।  ତାଙ୍କ ସ୍ଥାନରେ ଢେଙ୍କାନାଲ ଡିଏଫଓ ବିମଳପ୍ରସନ୍ନଆଚାର୍ଯ୍ୟଙ୍କୁ ଅବସ୍ଥାପିତ କରାଯାଇଛି ।ଏନେଇ ଆଜି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାସ ପାଇଛି ।ଏଥିରେ ୮ଜଣ ଡିଏଫଓଙ୍କ ବଦଳି ହୋଇଥିବା ବେଲେ ୩ଜଣ ଏସିଏଫଙ୍କର ପଦୋନ୍ନତି କରାଯାଇ ଡିଏଫଓଭାବେ ଅବସ୍ତାପିତ କରାଯାଇଛି ।
ଓଡିଶାଫରେଷ୍ଟକଲେଜ ଅନୁଗୁଳରୁ ଉପଦେଷ୍ଟା ବଟକ୍ରିଷ୍ନପାଢୀ ଙ୍କୁ ବାରିପଦା ଆରସିସିଏଫ କାର୍ଯ୍ୟାଳୟକୁ ବଦଳି କରାଯାଇଛି ।ଖୋର୍ଦ୍ଧା ଡିଏଫ୍‌ଓ ସୁଦିପନାୟକ ଙ୍କୁ ଅନୁଗୁଳ ଓଡିଶାଫରେଷ୍ଟକଲେଜ କୁ ବଦଳି ହୋଇଛି ।ଆଠମଲ୍ଲିକ ଡିଏଫ୍‌ଓ ସମ୍ୟକସାମନ୍ତରାଙ୍କୁ ଖୋର୍ଦ୍ଧା ଡିଏଫ୍‌ଓ ,ଢେଙ୍କାନାଳ ଡିଏଫ୍‌ଓ ବିମଳପ୍ରସନ୍ନଆଚାର୍ଯ୍ୟଙ୍କୁ ନନ୍ଦନକାନନ ଉପନିର୍ଦ୍ଦେଶକ , ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତକୁମାର ଦାସଙ୍କୁଜେନେରାଲମ୍ୟାନେଜର ଅପରେସନଓଏମବିଏଡିସିକୁ ବଦଳି କରାଯାଇଛିା ସିମିଳିପାଳ ଡିଏଫ୍‌ଓ କପିଳପ୍ରସାଦଦାସଙ୍କୁ ଭୁବନେଶ୍ୱର ସିଲ୍ଭିକଲ୍‌ଚୁରିଷ୍ଟର ଦାୟିତ୍ୱ ଦିଆଯାଇଛି ।ସେହିଭଳିଭାବେ ପ୍ରଦୀପ୍ତକୁମାରସାହୁଙ୍କୁ ରାଇରଖୋଲ ଡିଏଫ୍‌ଓଭାବେ , କରଞିଆ ଡିଏଫ୍‌ଓ ପ୍ରଶନ୍ନକୁମାରବେହେରାଙ୍କୁ ଅନୁଗୁଳ ଡିଏଫ୍‌ଓ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳିଭାବେ ତିନିଜଣ ଏସିଏଫଙ୍କୁ ଡିଏଫ୍‌ଓକୁ ପଦୋନ୍ନତି ଦିଆଯାଇ ତିନଟି ସ୍ଥାନରେ ଅବସ୍ଥାପିତ କରାଯାଇଛି । ବିବସ୍ତ ବେସନଙ୍କୁ ଡିସିଏଫ ଭିଜିଲାନ୍ସ କଟକ, ମାନଗୋବିନ୍ଦ ଦଳାଇଙ୍କୁ ଓବିଡିଏ ଭୁବନେଶ୍ୱର,ରଜନିକାନ୍ତମହାନ୍ତିଙ୍କୁ ଏସିଏଫରୁ ପଦୋନ୍ନତି କରାଯାଇ ଡିଏଫଓ ଭାବେ ପିସିସିଏଫ୍ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି ।

Leave A Reply

Your email address will not be published.