ଗିରଫ ହେଲେ ପାକିସ୍ତାନୀ ସୈନ୍ୟ

0 398

ଶ୍ରୀନଗର,୯/୧(ସତ୍ୟସନ୍ଧାନ ଡେସ୍କ) ସୀମା ସୁରକ୍ଷା ବଳ ବା ବିଏସଏଫ ଶୁକ୍ରବାର ପଞ୍ଜାବର ଭାରତ-ପାକ୍ ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ୬ ପାକିସ୍ତାନୀ ଯବାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ସମସ୍ତ ଯବାନଙ୍କ ବୟସ ୨୦ରୁ ୨୧ ବର୍ଷ ବୋଲି ଡଣାପଡିଛି । ସନ୍ଧ୍ୟା ୫ଟାରେ ସୀମାବର୍ତ୍ତୀ ଅଞ୍ଚଳରେ ସେମାନଙ୍କୁ ଗିରଫ କରାଯାଇଥିଲା ।

ସୂତ୍ରାନୁସାରେ, ଗିରଫ ୬ ପାକିସ୍ତାନୀଙ୍କୁ ଗୁଇନ୍ଦା ବିଭାଗର ଅଧିକାରୀମାନେ ଅଜ୍ଞାତ ସ୍ଥାନରେ ଜେରା କରୁଛନ୍ତି । ସେମାନେ କିଛି ମନ୍ଦ ଉଦ୍ଦେଶ୍ୟରେ ଭାରତୀୟ ସୀମାରେ ପହଁଚିଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ସେମାନେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ଆସିଥିବା ସନ୍ଦେହ କରାଯାଉଛି ।

ଅନ୍ୟଦିଗରେ ବିଏସଏଫ ଡିଆଇଜି ଏନଏସ ଜମଓ୍ୱାଲ ଶୁକ୍ରବାର ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ଅନ୍ତରାଷ୍ଟ୍ରୀୟ ସୀମା ସୁରକ୍ଷା ସ୍ଥିତି ବାବଦରେ ସମୀକ୍ଷା କରିଥିଲେ । ସେ ରାଜ୍ୟପାଳଙ୍କୁ ପାକିସ୍ତାନ ସହ ସଂଲଗ୍ନ ସୀମାରେ ଥିବା ବିପଦ, ବିଭିନ୍ନ ଚ୍ୟାଲେଞ୍ଜକୁ କିପରି ମୁକାବିଲା କରାଯିବ ଓ ସୁରକ୍ଷା କର୍ମୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବାବଦରେ କହିଥିଲେ ।

ସେନା ଅଧିକାରୀଙ୍କ କହିବାନୁସାରେ, ସୀମାରେ ଥିବା ବିଭିନ୍ନ ପ୍ରସଙ୍ଗ ସହ ସୁଚେତଗଡ ଓ ଚାମିଲିୟାଲକୁ ପର‌୍ୟ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବା ଉପରେ ଚର୍ଚ୍ଚା ହୋଇଥିଲା । ଏହାସହ ବିଏସଏଫର ବିଭିନ୍ନ ଚେକ୍ ପୋଷ୍ଟକୁ ରାସ୍ତା ସହ ଯୋଡାଯିବା ବାବଦରେ ମଧ୍ୟ ଜନଓ୍ୱାଲ ଉପରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ । ଏହାସହ ବିଏସଏଫ ଡିଜି ସ୍ଥାନୀୟ ଲୋକଙ୍କ ସହ ମିଳାମିଶା କରିବାକୁ ଉପ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.