ସାବଧାନ! ଗାଁ ଭିତରେ ବୁଲୁଛି ଦନ୍ତା

ବାଙ୍କୀ, ୨୦।୧୨(ଏସଏସନିଉଜ) ଚନ୍ଦକା ଅଭୟାରଣ୍ୟର ପାଦଦେଶରେ ଥିବା ଭଗିପୁର ଗ୍ରାମରେ ଏକ ଗୋଟିକିଆ ଦନ୍ତା ହାତୀର ଆତଙ୍କ ଦେଖାଦେଇଛି।ଯାହାଫଳରେ ଭୟରେ ଗ୍ରାମବାସୀ ମାନେ କାଳତୀପାତ କରୁଛନ୍ତି।ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ବିଳମ୍ବିତ ରାତି ୩ ଟା ସମୟରେ ଚନ୍ଦକା ଅଭୟାରଣ୍ୟରୁ ଗୋଟିକିଆ ଦନ୍ତା ହାତୀ ପ୍ରଥମେ କଟକ ବାଙ୍କୀ ମୁଖ୍ୟରାସ୍ତା ଉପରେ ଆତଙ୍କ ଖେଳାଇ ଥିଲା।ଏହାପରେ ଗ୍ରାମ ଭିତରକୁ ପଶି ଆସି ଉତ୍ପାତ ଆରମ୍ଭ କରିଥିଲା। ଦନ୍ତା ହାତୀର ଏଭଳି ଉତ୍ପାତ ଯୋଗୁଁ ସମ୍ପୂର୍ଣ୍ଣ ଗ୍ରାମବାସୀ ଭୟରେ ରହିଛନ୍ତି।ଦନ୍ତା ହାତୀଟି ଗ୍ରାମ ଭିତରେ ପଶିଥିବା ବେଳେ ଭଗିପୁର ଗାଁର କିଛି ପରିବା ବ୍ୟବସାୟୀ ପରିବା ବ୍ୟବସାୟ କରିବାକୁ ଯିବା ସମୟରେ ହାତୀ ସହ ମୁଁହା ମୁହିଁ ହୋଇଥିଲେ। ପରିବା ବ୍ୟବସାୟୀ ଦନ୍ତା ହାତୀକୁ ଦେଖି ଗାଡ଼ି ଫୋପାଡ଼ି ଜୀବନ ବିକଳରେ ଦୌଡ଼ି ପଳାଇ ଆସିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । । ସେପଟେ ରାତିରେ ଏଭଳି ଦନ୍ତା ହାତୀ ପଶି ଆତଙ୍କ କରୁଥିବାରୁ ଭୟରେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । କିଭଳି ହାତୀ ଗାଁ ମୁହାଁ ହେବନି ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

- Advertisement -

Leave A Reply

Your email address will not be published.