ଗୋଷ୍ଟି ସଂଘର୍ଷ

୨ଆହତ,୪ଗିରଫ

ବାରଙ୍ଗ,୧୬।୬(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ବ୍ରାହ୍ମଣସାହି ଗାଁ ମୁଣ୍ଡରେ ଶନିବାର ବିଳମ୍ବିତ ରାତିରେ ପିଲାମାନଙ୍କ କଳିକୁ ନେଇ ଦୁଇ ପରିବାର ମଧ୍ୟରେ ମାରଧର ଓ ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି।ଏହି ଘଟଣାରେ ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ପୋଲିସ ଦୁଇଟି ମକଦ୍ଦମା ରୁଜୁକରୀ ସୋମବାର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସେମାନେ ହେଲେ ଗଣ୍ଡରପୁର ବ୍ରାହ୍ମଣସାହିର ନକୁଲ ବେହେରା(୫୮),ଶ୍ରୀକାନ୍ତ ବେହେରା(୨୭) ଓ ଅମନ ରାଉତ(୨୩),ଅଞ୍ଜନ କୁମାର ରାଉତ(୩୭)।
ପ୍ରକାଶଯେ,ଶନିବାର ବିଳମ୍ବିତ ରାତିରେ ଗଣ୍ଡରପୁର ବ୍ରାହ୍ମଣସାହି ଗାଁ ମୁଣ୍ଡରେ ଏକ ବନ୍ଦ ଦୋକାନ ସମୁଖରେ ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ନେଇ ପ୍ରଥମେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା ।ପରେ ନକୁଲ ବେହେରା,ଅଞ୍ଜନ କୁମାର ରାଉତଙ୍କ ସହଯୋଗୀମାନେ ଆସିବାପରେଉଭୟପକ୍ଷ ମଧ୍ୟରେ ଉଚ୍ଚବାଚ ହେବା ସହ ପରସ୍ପରକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ପୂର୍ବକ ନାନାପ୍ରକାର ଧମକ ମାନ ଦେଇଥିଲେ ଏବଂ ପରସ୍ପରକୁ ଆକ୍ରମଣ ମଧ୍ୟ କରିଥିଲେ । ଯାହାଫଳରେ ଦୁଇ ପକ୍ଷରୁ୨ଜଣ ଆହତ ହୋଇଥିଲେ । ଏନେଇ ଦୁଇପକ୍ଷ ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ନନ୍ଦନକାନନଥାନା ଅଧିକାରୀଣି ସମିତା ମିଶ୍ର ୨୨୩/୨୫ ଓ ୨୨୩/୨୫କେଶନମ୍ୱରରେ ଦୁଇଟି କେସ ରୁଜୁ କରି ସୋମବାର ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

- Advertisement -

Leave A Reply

Your email address will not be published.