ଗ୍ରାମାଂଚଳରେ ମାଡିଚାଲିଛି କରୋନା

0 511

ବାରଙ୍ଗ,୯,/୧୦(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଉପକଣ୍ଠରେ କରୋନା ତାର ତାଣ୍ଡବ ରଚିବାରେ ପଛଘୁଂଚା ଦେଇନାହିଁ ।ଧିରେଧିରେ କରୋନା ତାର କାୟା ବିସ୍ତାର କରିଚାଲିଛି । ଯାହା ଏବେ ଗ୍ରାମାଚଂଳରେ ଥିବା ଲୋକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।ଏହାମଧ୍ୟରେ ଗ୍ରାମାଂଚଳମାନଙ୍କରେ ସରକାରଙ୍କ ପକ୍ଷରୁ କୋଭିଡ ପରୀକ୍ଷା ମଧ୍ୟ କରାଯାଉଛି । ଏହିଆଧାରରେ ୪ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟବିଭାଗର କର୍ମଚାରୀମାନଙ୍କଦ୍ୱାରା ଗାଁକୁ ଯାଇ ସାମ୍ପୁଲ ସଂଗ୍ରହ କରିଥିଲେ ।ସଂଗ୍ରହ କରାଯାଇଥିବା ଏହି ସାମ୍ପୁଲର ପରୀକ୍ଷଣ ପରେ ୩୧ଜଣଙ୍କ ପଜିଟିଭ ବାହାରିଥିବାର ମେଣ୍ଢାଶାଳ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆକ୍ରାନ୍ତଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନଓାଡି କର୍ମୀଙ୍କ ଜରିଆରେ ସୁଚନା ଦିଆଯାଇଛି । ଏହି ସୁଚନା ଅନୁଯାୟୀ ରଘୁନାଥପୁର ପଂଚାୟତରୁ ୧୪ଜଣ,ଚନ୍ଦକାର ଏସଓଜିରୁ ଗୋଟିଏ, ଭୋଳାରୁ୨ଟି, କଂଟାବାଡରୁ୫ଟି,ବରିମୁଣ୍ଡ ରୁ ଗୋଟିଏ, ରୋକଟରୁ ଗୋଟିଏ ,ମେଣ୍ଢାଶାଳରୁ ଗୋଟିଏ ,ପାତ୍ରପଡାରୁ ଗୋଟିଏ ଓ ଅନ୍ୟଆଡୁ୫ଟିକୁ ମିଶାଇ ସମୁଦାୟ ୩୧ଜଣଙ୍କର ପଜିଟିଭ ଜଣାପଡିଥିବାର ମେଣ୍ଢାଶାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।ଏମାନଙ୍କ ମଧ୍ୟରେ ୧୩ଜଣ ମହିଳା.ଜଣେ ଛୋଟପିଲା ସହ୧୭ଜଣ ପୁରୁଷ ରହିଥିବାର ଜଣାପଡିଛି । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.