ଗାଇଡଙ୍କ ଟିକେଟ କାଟିବା ଉପରେ କଟକଣା

0 345

ବାରଙ୍ଗ,୨/୬(ଏସଏସନିଉଜ)ଆଉ ଗାଇଡମାନେ ନନ୍ଦକାନନର ପ୍ରବେଶ ଟିକେଟ କାଟିପାରିବେନାହିଁ ।ଗୁରୁବାରଠାରୁ ଗାଇଡମାନଙ୍କ ଟିକେଟ କାଟିବା ଉପରେ ରୋକ ଲଗାଇଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ଗୁରୁବାର ଅପରାହ୍ନରେ ରାଜସ୍ୱବିଭାଗର ରେଞର ସାବଗତିକାସାହୁ ଅଚାନକ ଟିକେଟ କାଉଂଟର ପାଖରେ ପହଂଚି ଗାଇଡମାନଙ୍କୁ ଟିକେଟ ନଦେବାକୁ କାଉଂଟରରେ ଥିବା କର୍ମଚାରୀମାନଙ୍କୁ କହିଥିଲେ ।ଏହା ଜାଣିବାପରେ ଗାଇଡମାନେ ଆସି ହାହୋ୍‌ଲା କରିଥିଲେ ।ରେଞର ଗାଇଡମାନଙ୍କୁ ବୁଝାସୁଜା ନକରିପାରିବାରୁ ବାଧ୍ୟ ହୋଇ ଉପନିର୍ଦ୍ଦେଶକ ଘଟଣାସ୍ଥଳରେ ପହଁଚିବା ସହ କଳାବଜାରୀ ରୋକିବା ସହ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା କରାଯାଉଥିବାର କହିବା ସହ ଗାଇଡମାନଙ୍କ କଥାକୁ ଶୁଣି ନଥିଲେ ।ପରେ ଖବର ପାଇ ନନ୍ଦନକାନନଥାନା ପୋଲିସ ଆସି ଗାଇଡମାନଙ୍କୁ ବୁଝାସୁଜା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।ଭିଡରୁ ରକ୍ଷା ପାଇବାପାଇଁ ପର୍ଯ୍ୟଟକମାନେ ଅନଲାଇନ ଟିକେଟ କାଟିବାର ସୁବିଧା ରହିଛି ,ଏହାସହ ସେମାନେ ଚାହିଁଲେ ସେମାନଙ୍କ ମଧ୍ୟରୁ ଜଣେ ଜେହି ।ଫଲାଇନରେ ଟିକେଟ କାଟିପାରିବେ ।ଏହାଦ୍ୱାରା କଳାବଜାରି ରୋକିହେବା ସହ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଉପନିର୍ଦ୍ଦେଶକ ଡ.ସଞିତକୁମାର କହିଛନ୍ତି ।

Leave A Reply

Your email address will not be published.