ଗୁଳି ମାଡରେ ସ୍ୱାମୀ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର

0 203

କେନ୍ଦ୍ରାପଡ଼ା, ୫/୩(ଏସଏସନିଉଜ) ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁର ଗାଁରେ ଦିନ ଦ୍ବିପହରେ ପ୍ରାୟ ୧୦ ରାଉଣ୍ଡ ଗୁଳି ଫୁଟିଛି।ଏଥିରେ ପରିବାରର ମୁରବୀ ଅରବିନ୍ଦ ମିଶ୍ର (୬୨) ମୃତ୍ୟୁବରଣ କରିଥିବାବେଳେ ଅରବିନ୍ଦଙ୍କ ସ୍ତ୍ରୀ ମୀନତି ଓ ପୁଅ ଶୁଭକେଶ ଗୁରୁତର ଆହତ ହୋଇ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନା ଓ ପରେ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।ଅପରାହ୍ନ ୩ଟାରେ ତିନିଜଣ ଦୁର୍ବୁତ ଆସି ଅରବିନ୍ଦଙ୍କ ଘରବାହାରୁ ଡାକିଥିଲେ ।ପୁଅ ବାହାରକୁ ଆସିବାରୁ ଦୁର୍ବୁତମାନେ ପୁଅ ଉପରକୁ ଗୁଳିଚଳାଇଥିଲେ ।ଗୁଳିଶବ୍ଧ ଶୁଣି ବାପା ଅରବିନ୍ଦ ମିଶ୍ର ଓ ମା’ ମୀନତି ବାହରକୁ ଆସିବା କ୍ଷଣି ଦୁର୍ବୃତ୍ତଙ୍କ ଗୁଳିମାଡ଼ର ଶିକାର ହୋଇଥିଲେ ।ତେବେ ଗୁଳିମାଡ ପରେ କୈାଶଳକ୍ରମେ ଦୁର୍ବୁତମାନେ ଖସି ପଳାଉଥିବାବେଳେ ଦୁଇଜଣ ଗ୍ରାମବାସୀମାନଙ୍କ ହାବୁଡରେ ପଡିଯାଇଥିଲେ । ପୋଲିସ ଖବର ପାଇ ଏହି ଦୁର୍ବୁତଙ୍କୁ ଗ୍ରାମବାସୀମାନଙ୍କ କବଳରୁ ଆଣି ଅଟକ ରଖି ପଚରାଉଚରା ଚଳାଇଛି ।ଗୁଳିକାଣ୍ଡର କାରଣ ଏବେ ସୁଦ୍ଧା ଜଣାପଡିନଥିବାର ଜଣାପଡିଛି ।

Leave A Reply

Your email address will not be published.