ଗୁମ୍ଫାରୁ ଶୁଭୁଛି ନାମ ସଂକୀର୍ତ୍ତନ

0 526

ରଣପୁର,୮/୭ (ଏସ ଏସ ନିୟୁଜ ) ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଏକ ଅଲୌକିକ ଗୁମ୍ଫା ।ଗୁମ୍ଫାରେ କେହି ରହୁ ନ ଥିଲେ ମଧ୍ୟ ଭିତରୁ ଶୁଭୁଛି ଅଲୌକିକ ଶବ୍ଦ। ନିସ୍ତବ୍ଧ ରାତିରେ ଶୁଭୁଛି ନାମ ସଂକୀର୍ତ୍ତନ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ଗ୍ରାମଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଏକ ଅଲୌକିକ ଗୁମ୍ଫା।  ମୁଣ୍ଡିଆ ତଳେ କିଛି ଦୂରରେ ଏକ ମଣ୍ଡପ ରହିଛି। ଏହି ମଣ୍ଡପକୁ ରାତିରେ ଗ୍ରାମବାସୀ ମେଳା କରିବାକୁ ଗଲେ ମୁଣ୍ଡିଆ ଉପରୁ ନାମ ସଂକୀର୍ତ୍ତନ ଶୁଣିବାକୁ ପାଉଛନ୍ତି। ସତେଯେମିତି କେତେକ ଭକ୍ତ ବସି ଖଞ୍ଜଣି, ଗିନି ବଜାଇ ମେଳା କରୁଛନ୍ତି। ଠାକୁରଙ୍କ ନାମ ନେଉଛନ୍ତି । ଗୁମ୍ଫାଟି ଏକ ମୁଣ୍ଡିଆ ଉପରେ ରହିଛି। ଗୁମ୍ଫା ନିକଟରେ ପହଞ୍ଚିବାକୁ ରାସ୍ତା ନ ଥିବା ବେଳେ ମୁଣ୍ଡିଆ ତଳୁ ପ୍ରାୟ ଅଧ କିଲୋମିଟର ଉପରକୁ ଗଲେ ଗୁମ୍ଫା ନିକଟରେ ପହଞ୍ଚି ହେଉଛି।ଗତ ୮ଦିନ ହେଲା ସ୍ଥାନୀୟ କିଛି ଯୁବକ ଗୁମ୍ଫାଟିକୁ ଆବିଷ୍କାର କରିଛନ୍ତି। ଗୁମ୍ଫା ନିକଟକୁ ପହଞ୍ଚିବା ପାଇଁ  ଅସ୍ଥାୟୀ ରାସ୍ତା ତିଆରି କରିଛନ୍ତି। ଗୁମ୍ଫା ଭିତରେ ଅପରିଷ୍କାର ହୋଇ ପଡ଼ିଥିବା ଦୁଇଟି କୋଠରିକୁ ପରିଷ୍କାର ପରିଚ୍ଛନ୍ନ କରିଛନ୍ତି। ଏହି ଗୁମ୍ଫା ସମ୍ପର୍କରେ ପ୍ରଚାର ହେବା ପରେ ଗୁମ୍ଫାକୁ ଦେଖିବାକୁ ପ୍ରତିଦିନ ଲୋକଙ୍କ ଭିଡ଼ ଲାଗୁଛି। ଆଗରୁ ଏହି ପ୍ରାଚୀନ ଗୁମ୍ଫାରେ ସାଧୁସନ୍ଥମାନେ ରହି ସାଧନା କରୁଥିଲେ। ଅଲୌକିକ ଶବ୍ଦ ଓ ନାମ ସଂକୀର୍ତ୍ତନ ଗୁମ୍ଫା ମଧ୍ୟରୁ ବାହାରୁଥିବାରୁ ଏହା ଆଦିଶକ୍ତିଙ୍କ ପୀଠ ବୋଲି  ସ୍ଥାନୀୟ ଅଞ୍ଚଳର ଲୋକମାନେ କହିଛନ୍ତି ।ଏବେ  ଗ୍ରାମବାସୀମାନେ ଗୁମ୍ଫାରେ ପୂଜାର୍ଜନା କରୁଛନ୍ତି ।

 

Leave A Reply

Your email address will not be published.