ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

0 121

ହରିଚନ୍ଦନପୁର,୧୧/୧୨(ଏସଏସନିଉଜ) ବିଳମ୍ବିତ ରାତିରେଏହି ବ୍ଲକ ଅଧନସ୍ଥରାସୋଳ ଝିମିକିପାଟିଆ ଗ୍ରାମରେ ଦମ୍ପତିଙ୍କୁ ହତ୍ୟା କରାଯାଇଛି । ବାହାଡ଼ା ମୁର୍ମୁ ଓ ତାଙ୍କ ସ୍ତ୍ରୀ ଧାନୀ ମୁର୍ମୁ ସବୁଦିନଭଳି ଖାଇପିଇ ଚାଳିଆଘରେ ୨୨ ବର୍ଷୀୟା ଝିଅ ପାଖରେ ଶୋଇଥିଲେ। ବିଳମ୍ବିତ ରାତିରେ ଦମ୍ପତିଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରି ଚାଲିଯାଇଥିବା ଜଣାଯାଇଛି। ହତ୍ୟାକାଣ୍ଡର ପକୃତ କାରଣ ଜଣାପଡିନଥିବାବେଳେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଗାଁରେ ଚର୍ଚ୍ଚା ହେଉଛି ।ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.