ଗୁରୁବାର ସକାଳର ଖବର

0 644

ସଂକ୍ଷେପରେ ଆଜି ସକାଳର ଖବର,ତାରିଖ-୨୦/୦୮/୨୦୨୦, ଗୁରୁବାର
୧-ଦେଶରେ ପ୍ରଥମଥର କରୋନା ସଂକ୍ରମିତ ବଡିର ହୋଇଛି ପୋଷ୍ଟମର୍ଟମ, ଜଣାପଡିବ ଶରୀରେ ଭୂତାଣୁର ପ୍ରଭାବ।
୨-ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ । ଚଳିତବର୍ଷ ୭୪.୯୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ୍ ୨୫ହଜାର ୭୮୫ ପିଲାଙ୍କ ମଧ୍ୟରୁ ୧୯ହଜାର ୩୧୮ ପିଲା ପାସ୍ କରିଛନ୍ତି ।
୩-ଏକକ ଯୋଗ୍ୟତା ପରୀକ୍ଷା କରିବା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି(ଏନଆରଏ) ପ୍ରତିଷ୍ଠାକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।
୪-ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ : ଆଜି ଗୁରୁବାର ଫଳାଫଳ ଘୋଷଣା କରିବେ ପ୍ରଧାନମନ୍ତ୍ରୀ।
୫-୨୪ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ । ପ୍ରଭାବରେ ୧୦ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରି ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ୯ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ, ଟ୍ୱିନସିଟିରେ ବି ପ୍ରବଳ ଛେଚିବଟ୍ଟ ।
୬-ଦେଶରେ କୋଭିଡ-୧୯ ସଂକ୍ରମଣ ଯୋଗୁ ଅନୁନ୍ୟ ୪୧ଲକ୍ଷ ଯୁବ ଭାରତୀୟ ନିଯୁକ୍ତି ହରାଇଛନ୍ତି। ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠ (ଆଇଏଲଓ) ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି)ଙ୍କ ଏକ ଯୁଗ୍ମ ରିପୋର୍ଟରୁ ଜଣାପଡିଛି।
୭-ଓଡିଶା ବିଧାୟକ ମନୋହର ରାନ୍ଧାରୀ ଙ୍କ ଚାଷ କାମକୁ ପ୍ରଶଂସା କରି ଟ୍ୱିଟ୍ କଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଲେଖିଲେ, ପ୍ରେରଣା ଦେଉଛି ବିଧାୟକଙ୍କ କାମ । ନବୀନଙ୍କ ଟ୍ୱିଟ୍, ବିଧାୟକଙ୍କ ଠାରୁ ଅନୁପ୍ରାଣିତ ହୁଅନ୍ତୁ ଯୁବପୀଢି ।
୮-୭ ବର୍ଷୀୟ ଓଡିଆ କୁନି ଝିଅ ଅଲିଭିଆ ଭଦ୍ରଙ୍କ କବିତା ଇଂଲଣ୍ଡରେ ପ୍ରକାଶିତ, ବ୍ରିଟିଶ୍ ଲାଇବ୍ରେରୀରେ ରହିବାକୁ ହେଲା ଯୋଗ୍ୟ ବିବେଚିତ।
୯-ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା, ଏବେବି ଭେଂଟିଲେଟର ସପୋର୍ଟରେ।
୧୦-ବିକାଶ ଦୁବେ ଏନ୍‍କାଉଣ୍ଟର ମାମଲା : ବିଭାଗୀୟ କମିଶନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ।
୧୧-ଭିକ ମାଗି କୋଭିଡ଼୍ ସେଣ୍ଟରକୁ ଦାନ କଲେ ବୃଦ୍ଧ : ରାଜ୍ୟ ସରକାରଙ୍କ କୋଭିଡ-୧୯ ଫଣ୍ଡ ପାଇଁ ୯୦,୦୦୦ଟଙ୍କା ଦାନ କଲେ ତାମିଲନାଡୁର ମଦୁରାଇର ପୁଲପାଣ୍ଡିଆନ୍ । ସମାଜସେବୀ ଟାଇଟଲ୍‌ର ଆଖ୍ୟା ଦେଲେ ଜିଲ୍ଲାପାଳ।
୧୨-ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ହେବ ସିବିଆଇ ତଦନ୍ତ । ମହାରାଷ୍ଟ୍ର ସରକାରଙ୍କୁ ସହଯୋଗ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ବିହାର ସରକାରଙ୍କ କରିଥିବା ଆବେଦନ ସଠିକ ବୋଲି କହିଲେ କୋର୍ଟ।
୧୩-ହୋମ୍ ଗାର୍ଡଙ୍କ ଭତ୍ତା ବୃଦ୍ଧି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
୧୪-୨୭ରେ ଜିଏସ୍‌ଟି ପରିଷଦ ବୈଠକ, ରାଜ୍ୟ ରାଜସ୍ଵ କ୍ଷତି ଉପରେ ହେବ ଆଲୋଚନା।
୧୫-ସ୍ଵଦେଶୀ ମାଇକ୍ରୋ ପ୍ରୋସେସର ଚ୍ୟାଲେଞ୍ଜ’ର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ, ପୁରସ୍କାରରେ ପ୍ରତିଯୋଗୀଙ୍କୁ ମିଳିବ ୪.୩ କୋଟି ଟଙ୍କା।
୧୬-ଦେଶରେ ପ୍ରତି ମିନିଟରେ ସାମ୍ନାକୁ ଆସୁଛି ୪୫ ପଜିଟିଭ ମାମଲା, ପ୍ରତି ଘଣ୍ଟାରେ ୪୬ ଜଣଙ୍କ ମୃତ୍ୟୁ।
୧୭-ଦୀର୍ଘ ବର୍ଷେ ହେଲାଣି ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା ପ୍ରାୟ ୧୦ ହଜାରରୁ ଅଧିକ ସେନା ଯବାନକୁ ପ୍ରତ୍ୟାହାର କରି ଆଣିବାକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।
୧୮-ନିଯୁକ୍ତି ଆଶାୟୀଙ୍କୁ ସତର୍କ କରାଇଲା କ୍ରାଇମବ୍ରାଞ୍ଚ : ନକଲି ନିଯୁକ୍ତି ୱେବସାଇଟ୍ ଖୋଲି ଲୁଟୁଛନ୍ତି ସାଇବର ଠକ।

Leave A Reply

Your email address will not be published.