ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି: ପୁରୀ ନ ଆସିବାକୁ ଅନୁରୋଧ

0 273

ଖବର ଆଜିସକାଳର,ତାରିଖ ୩୦/୧୦/୨୦ ଶୁକ୍ରବାର।
୧-ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ ।
୨-ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦିଆଯିବ କରୋନା ଟିକା – ପ୍ରଧାନମନ୍ତ୍ରୀ ମୋଦୀ ।
୩-ଅନୁଭୂତ ହେଲାଣି ଶୀତ : ସୋନପୁର ଓ ଅନୁଗୁଳରେ ୧୩ ଡିଗ୍ରିକୁ ଖସିଲା ପାରଦ ।
୪-ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ଚୂଡାନ୍ତ ହେଲା ନୀତିକାନ୍ତି । କେବଳ ବେଶ ନୀତି ଅନୁଷ୍ଠିତ ହେବ । ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା ।
୫-ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି: ପୁରୀ ନ ଆସିବାକୁ ଅନୁରୋଧ ।
୬-ଏକତା ଦିବସ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ ।
୭–ନୂଆ ବର୍ଷରେ ଆସିପାରେ କରୋନା ଟିକା । ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଆଦର ପୁନାୱାଲା କହିଲେ, ଜରୁରୀ ଅନୁମୋଦନ ମିଳିଲେ ଡିସେମ୍ବରରେ ପ୍ରସ୍ତୁତ ହୋଇପାରିବ ଟିକା । ୨୦୨୧ ତୃତୀୟ କ୍ୱାଟର ସୁଦ୍ଧା ପ୍ରସ୍ତୁତ ହୋଇଯିବ ୧୦ କୋଟି ଡୋଜ୍ ।
୮-ଭର୍ଚୁଆଲ ରାଲିରେ ମାଷ୍ଟର ଷ୍ଟ୍ରୋକ୍ ଖେଳିଲେ ମୁଖ୍ୟମନ୍ତ୍ରୀ । କହିଲେ, ନିଜେ ନେବେ ବାଲେଶ୍ୱରର ବିକାଶ ଦାୟିତ୍ୱ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଭୋଟ ଦେବାକୁ କଲେ ନିବେଦନ । ସେପଟେ ଉପନିର୍ବାଚନ ପାଇଁ ବାଲେଶ୍ୱର ଓ ତିର୍ତୋଲରେ ଜମୁଛି ପ୍ରଚାର
୯-ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି, ଏକଥା ସମଗ୍ର ବିଶ୍ବ ଜାଣିଛି : ଭାରତ ।
୧୦-ସତ ମାନିଲେ ପାକିସ୍ତାନୀ ମନ୍ତ୍ରୀ – ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନ ହାତ, ଇମ୍ରାନଙ୍କୁ ଦେଲେ ଧନ୍ୟବାଦ ।
୧୧-ସରକାରଙ୍କୁ ସମାଲୋଚନା ଲାଗି ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯାଇ ପାରିବ ନାହିଁ: ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ ।
୧୨-ଗୁଗଲକୁ ଚ୍ୟାଲେଞ୍ଜ ଦେବାକୁ ଆପଲ ଆଣିବ ସଫାରୀ, ସର୍ଚ୍ଚ ଇଞ୍ଜିନ ଟେକ୍ନୋଲୋଜୀ ବଜାରରେ ପ୍ରଭାବ ବଢାଇବା ଲକ୍ଷ୍ୟ ।
୧୩-ଭିଏତନାମ୍‌ରେ ଟାଇଫୁନ୍ ମୋଲାଭେର ତାଣ୍ଡବ, ଭୂସ୍ଖଳନରେ ଫସିଥିବା ଲୋକଙ୍କୁ ଖୋଜୁଛି ସେନା ।
୧୪-‘ଲକ୍ଷ୍ମୀ ବମ୍‌’କୁ ନେଇ ଉପୁଜିଥିଲା ବିବାଦ, ବିରୋଧ ପରେ ବଦଳିଲା ଫିଲ୍ମର ଟାଇଟଲ୍ ନୂଆଁ ନାମ–‘ଲକ୍ଷ୍ମୀ’ ।
୧୫-ଚଳିତ ପ୍ରଜନନ ଋତୁରେ ଓଲିଭ୍‍ ରିଡ୍‍ଲେ କଇଁଛର ସଂରକ୍ଷଣ ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି, ନଭେମ୍ବର ୧ରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ମାଛ ଧରା ନିଷେଧ ସମୟ ।
୧୬-ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିରେ ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର ।
୧୭-ବିହାର ରାଜନୀତିରେ ମୋଦୀ ବନାମ ତେଜସ୍ୱୀ । ପ୍ରଧାନମନ୍ତ୍ରୀଙ୍କୁ ତେଜସ୍ୱୀଙ୍କ ଜବାବ । କହିଲେ, ସେ ପ୍ରଧାନମନ୍ତ୍ରୀ କିଛି ବି କହିପାରିବେ, ବିହାର ଆସି ଏଡାଇ ଗଲେ ମୁଖ୍ୟ ପ୍ରସଙ୍ଗ । ତେଜସ୍ୱୀଙ୍କ ଜଙ୍ଗଲରାଜର ଯୁବରାଜ କହିଥିଲେ ମୋଦୀ ।
୧୮-L&Tକୁ ମିଳିଲା ୨୫ ହଜାର କୋଟି ଟଙ୍କାର ବୁଲେଟ୍ ଟ୍ରେନ୍ ପ୍ରକଳ୍ପ, ୪ ବର୍ଷରେ ନିର୍ମିତ ହେବ ୪୭ ପ୍ରତିଶତ ହାଇସ୍ପିଡ ରେଲ କରିଡର ।
୧୯-ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଲେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ।
୨୦-ଆଗାମୀ ୩ ମାସ ପର୍ଯ୍ୟନ୍ତି ବଦଳିବନି ଘରୋଇ ବିମାନ ଯାତ୍ରୀ ଭଡ଼ା, ଲାଗୁ ହେବ ଅପର ଓ ଲୋଅର ଲିମିଟ୍ ।
୨୧-ଫ୍ରାନ୍ସ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- ଆତଙ୍କବାଦ ବିରୁଦ୍ଧ ଲଢେଇରେ ଭାରତ ପ୍ୟାରିସ୍ ସହିତ ରହିଛି ।

Leave A Reply

Your email address will not be published.