ହଟହଟା ହେଲା ପୁଲିସ୍‌

0 254

କୋରାପୁଟ, ୧୪/୫(ଏସଏସନିଉଜ) ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ରାତିଅଧରେ ପୋଲିସ ହଇରାଣ ହୋଇଥିବାର ଜଣାପଡିଛି । ମାଛକୁଣ୍ଡ ଥାନା ମାଟିଖାଲରେ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ଖବର ପାଇ ରାତିଅଧରେ ୩୦ ଜଣିଆ ପୁଲିସ୍ ଟିମ୍ ଜଣେ ଲୋକଙ୍କ ଘରେ ଚଢଉ କରିଥିଲା ।ଏହାକୁ ନେଇ ଗ୍ରାମରେ ଉତେଜନା ଦେଖାଦେବା ସହ ଗ୍ରାମବାସୀମାନେ ଏକାଠି ହୋଇ ପୁଲିସ୍ କର୍ମୀମାନଙ୍କୁ ନିସ୍ତୁକ ପଟିଥିଲେ । ଫାଙ୍କା ଗୁଳି ଚାଳନା କରି ପୁଲିସ୍ କର୍ମୀମାନେ ଉତ୍ୟକ୍ତ ଗ୍ରାମବାସୀମାନଙ୍କ କବଳରୁ ଖସିଥିଲେ । କନେଷ୍ଟବଳ ପ୍ରଦୀପ ନାୟକ ଗ୍ରାମବାସୀମାନଙ୍କ ହାବୁଡରେ ପଡିଯାଇ ଗାଁ ଲୋକଙ୍କ ଦ୍ୱାରା ଅଟକ ରହିଥିଲେ। ପରେ ପୋଲିସ ଯାଇ କନେଷ୍ଟବଳଙ୍କୁ ଉଦ୍ଧାର କରିଥିବାର ଜଣାପଡିଛି ।

Leave A Reply

Your email address will not be published.