ହେଲା ବଜ୍ରପାତ, ଜଳିଗଲା ୬ବାଇକ

ମେଣ୍ଢାଶାଳ,୨୨।୪(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ତଳସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ବଜ୍ରାପାତ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୬ଟି ବାଇକ ଜଳିପୋଡି ପାଉଁଶ ହୋଇଯାଇଛି ।ଏହାସହ ଝିଅବାହାଘର ପାଇଁ ରଖାଯାଇଥିବା କିଛି କାଠ ଆସବାସପତ୍ର ଓ ଗୋଟିଏ ଖଟ ମଧ୍ୟ ପୋଡିଯାଇଛି ।ଏତେବଡ ଅଘଟଣ ଘଟିଥିବା ବେଳେ ସୈାଭାଗ୍ୟ ବଶତ ପରିବାର ସଦସ୍ୟମାନେ ନିଶ୍ଚିତ ମୃତ୍ୟୁମୁଖରୁ ବଂଚିଯାଇଛନ୍ତିାଶୁକ୍ରବାର ବିଳମ୍ଭିତ ରାତିରେ ଚନ୍ଦକାଥାନା ଅଧିନସ୍ଥ ଅନ୍ଧାରୁଆ ତଳସାହିରେ ବଜ୍ରାଘାତ ହୋଇଛି ।ଏହିଗାଁର ସୁକାନ୍ତ ବଡଜେନାଙ୍କ ପରିବାର ଶୋଇଥିବାବେଳେ ତାଙ୍କ ବାଡିରେ ଥିବା ଗୁଆଗଛ ଉପରକୁ ବଜ୍ରାଘାତ ହୋଇଥିଲା ।ଫଳରେ ବାଡିପାଶ୍ୱର୍ରେ ଥିବା ଘର ବରଣ୍ଡା ଓ ଘରଭିତରକୁ ନିଆଁ ଲାଗିଯାଇଥିଲା ।ଘରବାରାଣ୍ଡାରେ ରହିଥିବା ୪ଟିବାଇକ,ଗୋଟିଏସ୍କୁଟି ଓ ଗୋଟିଏ ଇ-ବାଇକରେ ନିଆଁ ଲାଗି ଜଳିଥିଲା ।ବରଣ୍ଡାକୁ ଲାଗିଥିବା ଘରକୁ ନିଆଁଲାଗି ଘରେ ଝିଅବାହାଘରପାଇଁ ରଖାଯାଇଥିବା କିଛିକାଠ ଫନିଚର ଓ ଗୋଟିଏ ଖଟରେ ନିଆଁ ଲାଗିଯାଇଥିଲା ।ଧିରେଧିରେ ନିଆଁର ପରିମାଣ ବଢିବାରୁ ପରିବାର ସଦସ୍ୟଙ୍କ ନିଦ ଭାଙ୍ଗି ଯାଇଥିଲା ।ଏହାପରେ ପରିବାରଲୋକଙ୍କ ପାଟିଶୁଣି ସାହି ପଡିଶାମାନେ ଆସି ନିଆଁ ଲିଭାଇବା କାମରେ ଲାଗିପଡିବା ସହ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ ।ପରେ ଦମକଳ ଆସି ନିଆଁକୁ ଆୟତ କରିଥିଲା ।ସେତେବେଳକୁ ୬ଟି ଗାଡି ସମେତ ଝିଅବାହାଘରପାଇଁ ରଖାଯାଇଥିବା କିଛି କାଠ ଫନିଚର ଓ ଏକ ଖଟ ପୋଡିଯାଇଥିଲା ।ମେଣ୍ଢାଶାଳରୁ ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ

- Advertisement -

Leave A Reply

Your email address will not be published.