ମୋବସ ହାଇଡ୍ରା ମୁହାଁମୁହିଁ ଧକ୍କା

ବାରଙ୍ଗ,୯ା୮(ଏସଏସନିଉଜ) ଶୁକ୍ରବାରରାତିରେ କୁହ୍ନେଇପଡା ବାଉଁଝରି ମନ୍ଦିର ପାଖରେ ମୋବସ ସହ ଏକ ହାଇଡ୍ରା ମୁହାଁମୁହିଁ ଧକ୍କା ହୋଇଛି ।ଫଳରେ ବସରେ ଥିବା କିଛିଯାତ୍ରୀମାନେ ସାମାନ୍ୟ ଆହାତହୋଇଥିବାର ଜଣାପଡିଛିା

ପ୍ରକାସ ଯେ, ୧୮ନଂ ଓଡି୩୩ଭି-୪୫୬୭ନଂ ମୋବସଟି ପ୍ରାୟ୮୦ରୁଉର୍ଦ୍ଧଯାତ୍ରୀନେଇ କଟକରୁ ଭୁବନେଶ୍ୱର ଅଭିମୁଖେଆସୁଥିଲା ।ବସଟି ବାଉଁଝରି ମନ୍ଦିର ପାଖରେ ପହଁଚିଥିବାବେଳେ ବିପରିତ ପଟରୁ ଆସୁଥିବା ଏକ ଓଡି୦୨ସିଜି -୬୦୬୩ନଂହାଇଡ୍ରାଟି ହଠାତ ରାସ୍ତାଅତିକ୍ରମ କରି ଭୁବନେଶ୍ୱର ପଟକୁ ଆସୁଥିବାବେଳେ ମୋବସର ସାମ୍ନାସାମ୍ନି ଧକ୍କାହୋଇଥିଲା ।ଫଳରେ ବସର ଆଗକାଚ ଭାଙ୍ଗିଯିବାସହ ବସରେ ଥିବା କେତକ ଯାତ୍ରୀ ସାମାନ୍ୟଆହତ ହୋଇଥିବାର ଜଣାପଡିଛି ।ବସର ଯାତ୍ରୀମାନଙ୍କୁ ଅନ୍ୟଏକ ବସରେ ପଠାଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ଦୁର୍ଘଟଣାଗ୍ରସ୍ଥ ଗାଡିଦୁଇଟିକୁ ରାସ୍ତାରୁ ହଟାଇବାପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।ଖବରପାଇ ବାରଙ୍ଗଥାନା ପୋଲିସ ଘଟଣାସ୍ଥଳ ରେ ପହଁଚି ଦୁର୍ଘଟଣାଗ୍ରସ୍ଥ ଗାଡିଦୁଇଟିକୁ ଜବତକରିଥିବାର ଜଣାପଡିଛି ।

- Advertisement -

Leave A Reply

Your email address will not be published.