ହୋମଗାର୍ଡ ଡ୍ରାଇଭରକୁ ଆକ୍ରମଣ ,୨ ଗିରଫ

0 393

ଡେଲାଙ୍ଗ,୨୦/୮ (ଏସ.ଏସ.ନିୟୁଜ)ଡେଲାଙ୍ଗ ଥାନାର ହୋମଗାର୍ଡ ଡ୍ରାଇଭର ଶଶାଙ୍କକୁମାର ଛାଟୋଇଙ୍କୁ ଡେଲାଙ୍ଗ ବଜାରରେ ୨ଜଣ ଯୁବକ ଆକ୍ରମଣ କରିଥିଲେ । ଏନେଇ ଡ୍ରାଇଭର ଜଣକ ଥାନାରେ ଅଭିଯୋଗ ପରେ ଡେଲାଙ୍ଗ ପୋଲିସ ମାମଲା ରୁଜୁ କରି ଆକ୍ରାମଣକାରୀ ଙ୍କୁ ଗିରଫ କରି କୋର୍ଟଚାଲଣ କରିଛି । ମିଳିଥିବା ସୂଚନା ଅନୁଯାୟୀ କୋଭିଡ -୧୯ ଯୋଗୁ ସାରା ଦେଶରେ ଲକଡାଉନ ଜାରି ହୋଇଥିବା ବେଳେ ପୋଲିସର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ କେତେକ ବୁଦ୍ଧିଯିବି ମାନେ ଲକଡାଉନ ନିୟମ କାନୁନ ମାନୁଥିବା ବେଳେ କେତେକ ଖଳ ପ୍ରକୃତିର ଲୋକ ଏହି ନିୟମ କାନୁନକୁ ବେଖାତିର କରୁଥିଲେ । ହେଲେ ପୋଲିସ ଏହି ଲକଡାଉନ ସମୟରେ ଜନସାଧାରଣଙ୍କ ସୁରକ୍ଷା ପାଇଁ କଡାକଡି ଡ୍ୟୁଟି କରୁଥିବାର ଡେଲାଙ୍ଗ ଥାନା ଅଂଚଳରେ ଦେଖିବାକୁ ମିଳିଥିଲା । ହୁମର ଗ୍ରାମରେ କେତେକ ଯୁବକ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରୁଥିବାର ପୋଲିସ ନିକଟରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ । ଖବର ପାଇ ଡେଲାଙ୍ଗ ପୋଲିସ ଭ୍ୟାନ ଯୋଗେ ସ୍ଥାନୀୟ ଅଂଚଳରେ ପହଂଚି ଖେଳ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲା । ସେହିଦିନ ଠାରୁ ରାଗ ରଖି ହୁମର ଗ୍ରାମର ସର୍ବେଶ୍ୱର ବରାଳ (୨୬) ଓ ସୁନିଲ ମଲ୍ଲିକ (୨୧) ଶ୍ରୀ ଛାଟୋଇଙ୍କୁ ଡେଲାଙ୍ଗ ବଜାର ଠାରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକମାନେ ଆକ୍ରମଣ କାରିଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ୧୨୦/୨୦ ମାମଲା ରୁଜୁ କରାଯାଇ ଆକ୍ରାମଣକାରୀ ଙ୍କୁ କୋର୍ଟ ଚାଲଣ କରାଯାଇଛି ।

Leave A Reply

Your email address will not be published.