ହାଇଦ୍ରାବାଦରେ ସଫା ହେଲେ ସଇତାନ! ଓଡିଶାରେ କେବେ?

0 252

ଭୁବନେଶ୍ବର :୬/୧୨-  ହାଇଦ୍ରାବାଦ୍ ର ତେଲେଙ୍ଗାନାରେ ମଣିଷ ବିଶାଚୁ ସଇତାନକୁ ସଫା କରିଛି ହାଇଦ୍ରାବାଦ ପୋଲିସ !  ମହିଳା ଡାକ୍ତରାଣୀ ଦିଶାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତ ଖସି ପଳାଉଥିବା ବେଳେ ପୋଲିସ ଏନକାଉଣ୍ଟର କରି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମାରିଦେଇଥିବା ଜଣାପଡିଛି  । ତେବେ ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ ପରେ ଯେଉଁ  ଓଭରବ୍ରିଜ ତଳେ ଅଭିଯୁକ୍ତମାନେ ଆଣି  ପୋଡି ମାରିଥିଲେ ସେହି ସ୍ଥାନରେ ଏନକାଉଣ୍ଟର କରିଥିବା ଲୁଚନା ମିଳିଛି । ସୂଚନାଯୋଗ୍ୟ, ଗତ ୨୭ ତାରିଖ ରାତି ୯ଟା ୨୦ରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ସ୍କୁଟର ଚକ ମରାମତି କରିବାରେ ସାହାଯ୍ୟ କରିବାକୁ ପ୍ରଲୋଭିତ କରିଥିଲେ। ପରେ ତାଙ୍କୁ ମଦ ପିଆଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ସାଢ଼େ ୧୦ଟାବେଳକୁ ତାଙ୍କୁ ପୋଡ଼ି ମାରିଦେଇଥିଲେ। ଇଟା ବୋଝେଇ ଟ୍ରକ୍‌ କର୍ମଚାରୀ ଆରିଫ ଓ ଶିବା ଏହି ଘଟଣାର ସୂତ୍ରଧର ବୋଲି ଜଣାପଡିଥିଲା । ସ୍କୁଟର ପମ୍ପଚର ହୋଇଯିବା ପରେ ଡାକ୍ତରାଣୀ ତାଙ୍କ ଭଉଣୀଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। କଥା ସରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ନିକଟସ୍ଥ ଏକ କାନ୍ଥ ନିକଟକୁ ଟେକି ନେଇ ବଳାତ୍କାର କରିଥିଲେ। ୯ଟା ୪୫ବେଳକୁ ଡାକ୍ତରାଣୀଙ୍କ ଫୋନ୍‌ ବନ୍ଦ କରିଦେଇଥିଲେ। ପରେ ୧୦ଟା ୨୦ ସୁଦ୍ଧା ସେମାନେ ତାଙ୍କୁ ହତ୍ୟା କରିଥିଲେ। ୧୦ଟା ୨୮ରେ ତାଙ୍କ ମୃତଦେହକୁ ନିଜ ଗାଡ଼ିରେ ରଖି ପଳାଇଥିଲେ। ଅପରପକ୍ଷରେ ଆରିଫ ଓ ନବୀନ ଡାକ୍ତରାଣୀଙ୍କ ଗାଡ଼ିକୁ ନିକଟସ୍ଥ କୋଠୁର ଗ୍ରାମକୁ ନେଇ ଏହାର ନମ୍ବର ପ୍ଲେଟ୍‌ ଖୋଲି ଛାଡ଼ି ପଳାଇଥିଲେ। ମୃତଦେହ ନେଇ ଯାଇଥିବା ଅନ୍ୟ ଦୁଇ ଜଣ ବାଟରେ ପେଟ୍ରୋଲ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। ରାତି ପ୍ରାୟ ୨ଟା ୩୦ ସୁଦ୍ଧା ସେମାନେ ଚେତନପାଲୀରେ ମୃତଦେହକୁ ଏକ ପୋଲ ନିକଟରେ ପୋଡ଼ିଦେଇଥିଲେ। ପରେ ସେମାନେ ହାଇଦ୍ରାବାଦ ଫେରି ଅଟ୍ଟାପୁରଠାରେ ଟ୍ରକ୍‌ରୁ ଇଟା ଖଲାସ କରି ଫେରାର ହୋଇଯାଇଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଧରି ସେମାନଙ୍କୁ ଯେଉଁସ୍ଥାନରେ ହତ୍ୟାକରିଥିଲା ସେହି ସ୍ଥାନକୁ ନେଇ ତଦନ୍ତ କରିବାକୁ ଯାଇଥିଲା। ତେବେ ସେମାନେ ପୋଲିସ ହାତରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ପୋଲିସ ବାଧ୍ୟ ହୋଇ ସେମାନଙ୍କୁ ଏନକାଉଣ୍ଟର କରିଥିଲା। ଘଟଣାସ୍ଥଳରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ପୋଲିସ କମିସନର ସ୍ପଷ୍ଟ କରିଛନ୍ତି।ତେବେ ଓଡିଶାରେ ଏଭଳି ମଣିଷ ପିଶାଚୁ ସଇତାନମାନଙ୍କୁ କେବେ ସଫା କରିବ ପୋଲିସ ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.