ଇନ୍ସପେକ୍ଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

0 57

ଭୁବନେଶ୍ବର,୪ା୨(ଏସଏସନିଉଜ) ଫିରିଙ୍ଗିଆଥାନା ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ଜଣେ ମହିଳା ଏସଆଇ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୂର୍ବରୁ ମହିଳା ଏସଆଇଙ୍କ ଅଭିଯୋଗପରେ ପୋଲିସ ମାମଲା ରୁଜୁ କରିନଥିବା ବେଳେ ଏନେଇ ମହିଳା ଏସଆଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ।କମିଶନଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ କରାଯିବା ସହ ଏହାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । କ୍ରାଇମ୍ ବ୍ରାଞ୍ଚଡିଏସପି କଳ୍ପନାସାହୁଙ୍କ ନେତୃତ୍ୱରେ ଏକ ଟିମ ମାମଲାର ତଦନ୍ତ କରି ଆଇଆଇସିଙ୍କ ବିରୋଧରେ ପ୍ରମାଣମିଳେ ତେବେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବବୋଲି ସୂଚନାଦେଇଛନ୍ତି ଡିଜି ଅରୁଣଷଡଙ୍ଗୀ । ୨୦୧୯ ମସିହାରେ ଗଞ୍ଜାମରେ ମହିଳା ଏସଆଇ ଜଣଙ୍କ ଥିବାବେଳେ ଆଇଆଇସି ରମେଶ ପ୍ରଧାନ ତାଙ୍କୁ ସରକାରୀ କ୍ବାର୍ଟରରେ ଦୁଷ୍କର୍ମ କରିଥିବାନେଇ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.