ଇନଷ୍ଟାଗ୍ରାମରେ ପ୍ରେମନିବେଦନ,ପରେ ବ୍ଲାକମେଲିଂ

ଇନଷ୍ଟାଗ୍ରାମରେ ପ୍ରେମନିବେଦନ,ପରେ ବ୍ଲାକମେଲିଂ,ବନ୍ଧାହେଲେ ୨ରୋମିଓ

ଭୁବନେଶ୍ୱର,୧୭ା୭(ଏସଏସନିଉଜ) ପୀଡ଼ିତା ଜଣକ ବାଲିଅନ୍ତା ଥାନା ଅଞ୍ଚଳରେ ରୁହନ୍ତି । ରାଜା ଓ ରାଜୁ ଦୁଇ ଅଭିଯୁକ୍ତ ପରସ୍ପରର ବନ୍ଧୁ ହୋଇଥିବା ବେଳେ, ସମସ୍ତ କାର୍ଯ୍ୟରେ ପରସ୍ପରକୁ ସାହାଯ୍ୟ କରନ୍ତି ଏବଂ ଉଭୟ ମିଶି “ତ୍ରିଶକ୍ତି ଫାଉଣ୍ଡେସନ” ନାମରେ ଏକ ସଂସ୍ଥା ପରିଚାଳନା କରନ୍ତି । ଅଭିଯୁକ୍ତ ଅକ୍ଷୟ ଦାସ ଓରଫ ରାଜା ଏବଂ ଏସକେ ଆକ୍ରମ ଓରଫ ରାଜୁ ପୀଡ଼ିତାଙ୍କୁ ଇନଷ୍ଟାଗ୍ରାମ ଜରିଆରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଥିବା ବେଳେ ପୀଡ଼ିତା ଜଣକ ସେମାନଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟକୁ ଗ୍ରହଣ କରିଥିଲେ । ପରେ ପରସ୍ପର ମଧ୍ୟରେ ଫୋନ ନମ୍ବର ଆଦାନପ୍ରଦାନ ହୋଇଥିଲା ଏବଂ ସମସ୍ତେ ପରସ୍ପର ସହିତ ହ୍ଵାଟ୍ସଆପ ଜରିଆରେ ଯୋଗାଯୋଗରେ ରହିଥିଲେ । ଉଭୟ ଅଭିଯୁକ୍ତ ପୀଡ଼ିତାଙ୍କୁ ଏମବିଏ କରିବା ଲାଗି ପ୍ରସ୍ତାବ ଦେଇଥିବା ବେଳେ ସମସ୍ତ ଖର୍ଚ୍ଚ ସେମାନେ ବହନ କରିବେ ବୋଲି ମଧ୍ୟ କହିଥିଲେ । ଇତି ମଧ୍ୟରେ ଅଭିଯୁକ୍ତ ଅକ୍ଷୟ ଦାସ ଓରଫ ରାଜା ପୀଡ଼ିତାଙ୍କୁ ପ୍ରେମ ନିବେଦନ କରିଥିବା ବେଳେ, ପୀଡ଼ିତା ତାଙ୍କୁ କିଛି ଦିନ ସମୟ ମାଗିଥିଲେ । ଏକଦା ଅଭିଯୁକ୍ତ ଅକ୍ଷୟ ଦାସ ପୀଡ଼ିତାଙ୍କୁ ହ୍ଵାଟ୍ସଆପ ଜରିଆରେ ଭିଡିଓ କଲ କରିଥିଲେ ମଧ୍ୟ ପୀଡ଼ିତା ଜଣକ କଲ ଉଠାଇ ନଥିଲେ । ପରେ ଉଭୟ ଅଭିଯୁକ୍ତ ମିଶି ପୀଡ଼ିତାଙ୍କୁ ଭିଡିଓ କଲ ଉଠାଇବା ଲାଗି ପ୍ରବର୍ତ୍ତାଇବା ସହିତ ଭିଡିଓ କଲ ଉଠାଇ ତାଙ୍କ ଇଙ୍ଗିତରେ କାର୍ଯ୍ୟ କଲେ ତାଙ୍କୁ ସେମାନେ ଏକ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ । ଦୁଇ ଅଭିଯୁକ୍ତଙ୍କ କହିବା ମୁତାବକ ପୀଡିତା ଜଣକ ଭିଡିଓ କଲ ଉଠାଇ କ୍ୟାମେରା ସମୁଖରେ ନଗ୍ନ ହୋଇଥିଲେ । ଏହି ସମୟରେ ଅଭିଯୁକ୍ତ ଅକ୍ଷୟ ପୀଡ଼ିତାଙ୍କ ଅଜାଣତରେ ଏହାକୁ ସ୍କ୍ରିନ ରେକର୍ଡିଙ୍ଗ କରିନେଇଥିଲେ । ଗତ ତା.୦୫.୦୭.୨୦୨୪ ରିଖ ଦିନ ଅଭିଯୁକ୍ତ ଅକ୍ଷୟ ନିଜ ମୋବାଇଲ ଫୋନରେ ସ୍କ୍ରିନ ରେକର୍ଡିଙ୍ଗ କରି ରଖିଥିବା ପୀଡିତାଙ୍କ ନଗ୍ନ ଭିଡିଓକୁ ଇନଷ୍ଟାଗ୍ରାମର ଏକ ନିର୍ଦ୍ଦିଷ୍ଟ ଆଇଡିରେ ପୋଷ୍ଟ କରିଦେଇଥିଲେ । ପରେ ଅଭିଯୁକ୍ତ ଉକ୍ତ ଭିଡିଓକୁ ପାଥେୟ କରି ପୀଡ଼ିତାଙ୍କୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଲାଗି ବାଧ୍ୟ କରିଥିଲେ ଏବଂ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆସି ପହଞ୍ଚିବା ଲାଗି ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୁକ୍ତଙ୍କ କହିବା ଅନୁଯାଇ ପୀଡ଼ିତା ତାଙ୍କର ଜଣେ ବନ୍ଧୁଙ୍କ ସହିତ ମିଶି ଉତ୍ତରା ଛକ ନିକଟକୁ ଯାଇଥିବା ବେଳେ, ଉଭୟଙ୍କୁ ଦେଖି ଅଭିଯୁକ୍ତ ସେଠାରୁ ଖସି ପଳାଇ ଯାଇଥିଲେ ଏବଂ ଇନଷ୍ଟାଗ୍ରାମରେ ଭିଡିଓ ଭାଇରାଲ ବନ୍ଦ କରିବା ଲାଗି ୫୦୦୦ଟଙ୍କା ଦାବୀ କରିଥିଲେ । ପରେ ଅଭିଯୁକ୍ତ ପୀଡିତାଙ୍କ ନଗ୍ନ ଭିଡିଓକୁ ଏକାଧିକ ବାର ଇନଷ୍ଟାଗ୍ରାମ ଓ ହ୍ଵାଟ୍ସଆପ ଜରିଆରେ ଭାଇରାଲ କରିଥିଲେ, ଯାହା ଫଳରେ ପୀଡ଼ିତାଙ୍କ ନିକଟକୁ ମନ୍ଦ ଉଦ୍ଦେଶ୍ୟରେ ବିଭିନ୍ନ ଲୋକଙ୍କର କଲ ଆସିବା ଆରମ୍ଭ ହୋଇଥିଲା । ଏହାକୁ ନେଇ ପୀଡ଼ିତା ଜଣକ ପ୍ରବଳ ମାନସିକ ଚାପଗ୍ରସ୍ତ ହୋଇଥିଲେ ।ଘଟଣାର ଅଭିଯୋଗ ପରେ, ପୁଲିସ ମାମଲାର ତଦନ୍ତ କରିବା ସହ ପାହଳଥାନା ଅଧିନସ୍ଥ ସ୍ୟାମ୍ପୋନିମଲର ବିପରିତରେ ରହୁଥିବା ଅକ୍ଷୟ ଦାସ ଓରଫ ରାଜା ଏବଂ ଭରତପୁରଥାନା ଅଧିନସ୍ଥ ଘାଟିକିଆ ଭିପୁଲଗାର୍ଡେନପାଖରେ ଥିବା ତଳସାହିରେ ରହୁଥିବା ଏସକେ ଆକ୍ରମ ଓରଫ ରାଜୁ ଙ୍କୁ ରଙ୍ଗବଜାର ଅଞ୍ଚଳରୁ କାବୁ କରିଥିବା ବେଳେ, ସେମାନଙ୍କ ନିକଟରୁ ୩ଟି ମୋବାଇଲ ଫୋନ ଏବଂ ଏକ କାରକୁ ବାଲିଅନ୍ତାଥାନାପୋଲିସ ଜବତ କରିଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଥିଲେ । ଅକ୍ଷୟ ଦାସଙ୍କ ନାମରେ ପୂର୍ବରୁ ମଧ୍ୟ ଫୁଲବାଣୀର ସାଇବର ଥାନାରେ ଦୁଇଟି ମାମଲା ରହିଥିବା ବେଳେ ବାଲିଅନ୍ତା ଥାନାରେ ମଧ୍ୟ ଦୁଇଟି ମାମଲା ରହିଛି, ତା ସହିତ ଲକ୍ଷ୍ମୀସାଗର ଥାନାର ଏକ ମାମଲାରେ ମଧ୍ୟ ସେ ୱାଣ୍ଟେଡ ଥିଲେ ବୋଲି ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି ।

- Advertisement -

Leave A Reply

Your email address will not be published.