ଯାଆଁଳା ବଜାରରେ ଫୁଟିଛି ଗୁଳି

0 308

ଭୁବନେଶ୍ୱର,୨୫/୪(ଏସଏସନିଉଜ) ରବିବାର ରାତିରେ ରାଜଧାନୀର ଯାଆଁଳା ବଜାରରେ ଫୁଟିଛି ଗୁଳି ।ଦୁର୍ବୁତମାନେ ୮ ରାଉଣ୍ଡ ଗୁଳି ଚାଳନା କରିଛନ୍ତି । ଏହି ଗୁଳିମାଡ ବାପ- ପୁଅଙ୍କୁ ହୋଇଛି ।ଗୁଳିମାଡରେ ପୁଅ ଲୋକନାଥ ସୁବୁଦ୍ଧ ଗୁରୁତର ଆହତ ହୋଇଥିବା ବେଳେ ଭଗବାନ ସୁବୁଦ୍ଧି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ଦୁଇଟି ବାଇକରେ ଆସି ଉଭୟଙ୍କ ଉପରକୁ ଅଚାନକ ଗୁଳିଚାଳନା କରିଥିଲେ । ଗୁରୁତର ଲୋକନାଥଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ।

Leave A Reply

Your email address will not be published.