ଯବାନଙ୍କ ସାହସିକତା ପାଇ ଡକାୟତି ଉଦ୍ୟମ ବ୍ୟର୍ଥ ହେଲା

0 289

ଶୁକ୍ରବାର ସନ୍ଧ୍ୟାରେ ଭୁବନ ଥାନା ଅଧୀନରେ ଥିବା ନୀଳକଣ୍ଠପୁର ନିକଟରେ କେତେକ ଅପରାଧୀ ଏକ ବସକୁ ପିଛାକରି କିଛି ମନ୍ଦ ଉଦେଶ୍ୟ ପାଇଁ ଉଦ୍ୟମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପିସ୍ତଲ ସହିତ ଗାଡି ଅଟକାଇ ବସ ଭିତରକୁ ପ୍ରବେଶ କରିଥିଲେ ଏବଂ ଅନ୍ୟମାନେ ତଳେ ରହିଥିଲେ ।ଜଣେ ଓ.ଏସ.ଏ.ପି ଯବାନ ହିମାଂଶୁ ଶେଖର ପାତ୍ର ଯିଏକି ଛୁଟି ନେଇ ସେହି ବସରେ ଯାତ୍ରା କରୁଥିଲେ ସେ ତାଙ୍କ ଦୃଷ୍ଟାନ୍ତ ମୂଳକ ସାହାସିକତା ପ୍ରଦର୍ଶନ ସ୍ୱରୂପ ଅପରାଧୀକୁ କାବୁ କରି ତାଙ୍କଠାରୁ ପିସ୍ତଲକୁ ଛଡାଇନେଇଥିଲେ । ତଦନ୍ତ ସମୟରେ ଜଣାପଡିଲା ଯେ ବନ୍ଧୁକଟି ଏକ ନକଲି ବନ୍ଧୁକ ଥିଲା କିନ୍ତୁ ଅବିକଳ ଅସଲି ପରି ଦେଖା ଯାଉଥିଲା। (ଏହାର ଓଜନ ଏବଂ ଗଠନ ଅବିକଳ ଅସଲି ବନ୍ଧୁକ ପରି ଜଣାପଡୁଥିଲା )।ସିପାହୀ ହିମାଂଶୁ ଶେଖର ପାତ୍ରଙ୍କ ଏହି ଅପୂର୍ବ ସାହାସିକତା ପାଇଁ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଅଭୟ ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ଚା ପାନ ପାଇଁ ନିଜ କାର୍ଯ୍ୟ  ଳୟକୁ ଆମନ୍ତ୍ରଣ କରିଥିଲେ । ଏହି ସାକ୍ଷାତ ସମୟରେ ଡ଼ି.ଜି ତାଙ୍କୁ “ଡ଼ି.ଜି.ପି ଡିସ୍କ” ସମ୍ମାନରେ ସମ୍ମାନୀତ କରାଯିବ ବୋଲି ସୂଚନା ଦେଇଥିଲେ ।ଓଡିଶା ପୁଲିସର ଏହି ସାହସୀ ସୈନିକ ଯିଏ କି କେବଳ କର୍ତ୍ତବ୍ୟରତ ସମୟରେ ନୁହେଁ ଛୁଟିରେ ଥିବା ବେଳେ ମଧ୍ୟ ତାଙ୍କର ଶ୍ରେଷ୍ଟତା ଓ ପ୍ରତିବଦ୍ଧତା ପ୍ରଦର୍ଶନ କରି ଓଡିଶା ପୁଲିସକୁ ଗର୍ବିତ କରିଛନ୍ତି ।

Leave A Reply

Your email address will not be published.