ଜଗା ଦର୍ଶନ ପାଇଁ ଦଣ୍ଡମାରିମାରି ଯାଉଛନ୍ତି ବୃଦ୍ଧ

0 270

ବାରଙ୍ଗ,୧୧/୨(ଏସଏସନିଉଜ)ସଂସାରର ମଙ୍ଗଳ କାମନା କରି ବାହାରିଛନ୍ତି ପୁରୀ ।ପୁଣୀ ଶରୀରକୁ କଷ୍ଟ ଦେଇ ରାସ୍ତା ଉପରେ ଖାଲି ପାଦରେ ଚାଲିବା ସହ ଦଣ୍ଡ ମାରିମାରି ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଛନ୍ତି ୭୦ବର୍ଷର ବୃଦ୍ଧ ରାମହଂସ ଦାସ ।ରାମହଂସଙ୍କ ଘର ରାଜସ୍ଥାନର ସବିମାଧପୁରଜିଲ୍ଲା ଗଙ୍ଗାପୁରସେଠ ତହସିଲର ଖଣ୍ଡଦୀପ ଗାଁ ରେ ।୨୯ଏପ୍ରିଲରୁ ଘରୁବାହାରିବା ସହ ଏହାମଧ୍ୟରେ ୯ମାସ୧୪ଦିନ ବିତିଗଲାଣି ।ଜଗତ କଲ୍ୟାଣ ପାଇଁ ଓ ସଂସାରରୁ ଦୁର୍ନିିତି,ଭ୍ରଷ୍ଟାଚାର ଦୁର ହେବାର ସକଳ୍ପ କରି ଶରୀରକୁ କଷ୍ଟ ଦେଇ ଜଗା ଦର୍ଶନରେ ଆଗେଇ ଚାଲିଛନ୍ତି ।ସାଙ୍ଗରେ ରହିଥିବା ଯୁବକ ଜଣଙ୍କ ଏକ ସାଇକେଲ ଧରି ତାଙ୍କ ସହ ଚାଲିଛି ।ଯେଉଁଠି ରାତି ହେଉଛି ସେଠାରେ ସେ ବିଶ୍ରାମ ନେଉଛନ୍ତି । ଶୁକ୍ରବାର ଅପରାହ୍ନରେ ରାମଦାସପୁର ପାଖରେ ପହଁଚିବାପରେ ଦେଖଣାହାରୀଙ୍କର ଭୀଡ ଲାଗିରହିଥିଲା ।ସ୍ଥାନୀୟ ଲୋକମାନଙ୍କ ଅନୁରୋଧକ୍ରମେ ସେ ରାମଦାସପୁର ପଂଚାୟତକାର୍ଯ୍ୟାଳୟରେ ରାତ୍ରଯାପନ କରିଛନ୍ତି । ମେରା ସବ୍‌କୁଛ ଜଗନ୍ନାଥ ଓ ଜଗତକଲ୍ୟାଣ ଉଦ୍ଦେଶ୍ୟରେ ସେ ବାହାରିଥିବାର କହିଛନ୍ତି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.