ଜଗତର କଲ୍ୟାଣପାଇଁ ଜାଳିଲେ ଅଖଣ୍ଡବତୀ

0 277

ଭୁବନେଶ୍ୱର,୧୧/୧୧-ରାଜଧାନୀ ଉପକଣ୍ଠ ଇଞଣାଗ୍ରାମରେ ଏକାଠିହେଲେ ମହିମାଧର୍ମି ସନ୍ୟାସୀ । ଜଗତର କଲ୍ୟାଣପାଇଁ ସମବେତ ପ୍ରାର୍ଥନାକଲେ । ଇଞଣାଗ୍ରାମମୁଣ୍ଡରେ ଥିବା ମହିମାଆଶ୍ରମର ବାର୍ଷିକ ମହୋସ୍ବ ପାଇଁ ଏହିଭଳି ପରିବେଶ ସୃଷ୍ଟିହୋଇଥିବାର ଦେଖିବାକୁ ମିଳିଥିଲା । ମହିମାଧର୍ମି ସାଧୁମାନେ ଜଗତର କଲ୍ୟାଣପାଇଁ ଅଖଣ୍ଡବତୀ ପ୍ରଜ୍ୱଳନ ସାଙ୍ଗକୁ ବ୍ରହ୍ମଧ୍ୱନୀ ସ୍ଥାପନ କରିଥିଲେ ।

ସନ୍ଧ୍ୟାରେ ମହିମାଧର୍ମି ଭକ୍ତମାନଙ୍କଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ପରେ ଉପସ୍ଥିତ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ବ୍ରହ୍ମଅବଧୁତ ବାନାମ୍ବରବାବା ,ବ୍ରହ୍ମଅବଧସ୍ୱଚ୍ଛ ମୁଷମ୍ବରବାବା, ସାଧୁଗଙ୍ଗାଧର ଦାସ, ସାଧୁ ରଞନଦାସ ,ସାଧୁ ବୈ÷କୁଣ୍ଠ ଦାସ, ସାଧୁବସନ୍ତଦାସ ,ସାଧୁ ଅକ୍ଷୟବୈ÷ରାଗୀଙ୍କ ତତ୍ୱାବଧାନରେ ଏହି ମହୋସ୍ବ ହୋଇଥିବା ବେଳେ ପାଖଆଖ ମହିମାଆଶ୍ରମରୁ ସାଧୁମାନଙ୍କୁ ନିମନ୍ତଣ କରାଯାଇଥିଲା । ପରଦିନ ସକାଳେ ସାଧୁମାନେ ନଗରକିର୍ତନରେ ଗ୍ରାମପରିକ୍ରମା କରିଥିଲେ । ପ୍ରଦୀପକୁମାରଦାସ,ଶରତକୁମାରବେହେରା ପ୍ରମୁଖ ଏହାକୁ ପରିଚାଳନା କରିଥିବାବେଳେ ମହୋସ୍ବରେ ପାଂଚପଂଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରି ଘିଅ,ନଡିଆ,କଦଳୀ ଆଦି ପ୍ରଦାନ କରିଥିଲେ ।ା

Leave A Reply

Your email address will not be published.