ଜେଲରେ ହେଲା ବାହାଘର

0 304

ଚୌଦ୍ୱାର,୧୨/୮(ଏସ ଏସ ନିୟୁଜ)ଆଜି କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାର ରେ ୩ୟ ଥର ଲାଗି ହିନ୍ଦୁ ଧର୍ମ ରୀତି ନୀତି ଅନୁଯାଇ ଶୁଭ ବିବାହ କାର୍ଯ୍ୟକ୍ରମ ଚୌଦ୍ୱାର ସର୍କଲ ଜେଲ ସଭା ଗୃହ ରେ ବ୍ରହ୍ମଣ ବେଦପାଠ ମଧ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏହି ବିବାହ  ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ (ପୋକ୍ସ କୋଟ) ଙ୍କ ନିର୍ଦେଶ ଅନୁଯାଇ ହୋଇଥିଲା l ମଣ୍ଡଳ କାରାଗାର ଚୌଦ୍ୱାର ର ବରିଷ୍ଠ ଅଧିକ୍ଷକ, ଜେଲର, ୱେଲଫେୟାର ଅଫିସର, ଜେଲ କର୍ମଚାରୀ ଓ ଉଦ୍ଧାର ଫାଉଣ୍ଡେସନ ସଂଗଠନ ର କର୍ମକର୍ତା ଙ୍କ ଉପସ୍ଥିତ ରେ ବିଚାରଧୀନ ଅଭିଯୁକ୍ତ ଅଂଶୁମାନ ମଳିକ ଓ ପୀଡିତା ଚିନ୍ମୟୀ ସେଠୀ ଙ୍କ ମଧ୍ୟରେ ଶୁଭ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ ହୋଇଯାଇଛି l ଏହି ଶୁଭ ବିବାହ ରେ ଉଭୟ ପକ୍ଷ ପିତାମାତା, ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ l ଉଦ୍ଧାର ଫାଉଣ୍ଡେସନ ର କର୍ମକର୍ତା ମାନେ ବିବାହ ର ରୀତିନୀତି ଅନୁଯାୟୀ ବର ଓ କନ୍ୟା ଙ୍କୁ ମେହେନ୍ଦି ରେଶମ କରି ସଜାଇ ଦେଇଥିଲେ lସୁ ସଜିତ ଉଭୟ ବର ଓ କନ୍ୟା ଙ୍କୁ ବେଦି କୁ ନିଆଯାଇଥିଲା l ହିନ୍ଦୁ ଧର୍ମ ବୈଦିକ ରୀତି ନୀତି ଅନୁଯାଇ ବ୍ରାହ୍ମଣ ଙ୍କ ବେଦ ପାଠ ଦ୍ୱାରା ବିବାହ କାର୍ଯ୍ୟ ସମ୍ପର୍ଣ ହୋଇଥିଲା l ବର ଓ କନ୍ୟା ନିଜର ବିବାହ ସ୍ମୃତି ଉଦେଶ୍ୟ ରେ ଚୌଦ୍ୱାର ଜେଲ ପରିସରରେ ନିଜ ହାତରେ ଏକ ବୃକ୍ଷ ରୋପଣ କରିଥିଲେ l ଆଇନିଜିବୀ ଙ୍କ ଦ୍ୱାରା ଉଭୟ ପକ୍ଷ ନିଜର ବିବାହ ଘୋଷଣା ନାମା ସ୍ଵାକ୍ଷର କରିଥିଲେ l ଏହି ଶୁଭ ବିବାହ ସମ୍ପୂର୍ଣ କୋଭିଡି ନିୟମ ଅନୁଯାଇ ମାକ୍ସ,ସାନିଟାଇଜର ଓ ସାମାଜିକ ଦୂରତା ନିୟମ ମାନି ହୋଇଥିଲା l ସଂଗଠନ ତରଫରୁ ଭୋଜିଭାତ ର ମଧ୍ୟ ଆୟୋଜନ କରାଯାଇଥିଲା l

 

Leave A Reply

Your email address will not be published.