ଯାଜପୁର ବଢାଇଲା ଚିନ୍ତା ,ଓଡିଶାରେ କରୋନା ଆକ୍ରାନ୍ତ ୧୦୦ ଛୁଇଁଲା

0 466

ଭୁବନେଶ୍ବର:୨୫/୪(ଏସ୍ଏସ୍ଏନ୍) ଓଡିଶା ପାଇଁ ଚିନ୍ତା ବଢାଇଲା ଯାଜପୁର । ପୁଣି ଯାଜପୁରରେ ଚିହ୍ନଟ ହେଲେ ୬ କରୋନା ଆକ୍ରାନ୍ତ । ଏବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୦୦ ହୋଇଥିବା ବେଳେ ଯାଜପୁରରେ ୧୮ କୁ ବୃଦ୍ଧି ହୋଇଛି । ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ହେଲେ ଶନିବାର ଦିନ ୫ ଜିଲ୍ଲାରେ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଏହା ଥିଲା ଭଲ ଖବର । ଫଳରେ ୫ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ହୋଇଥିଲା । ସେଗୁଡିକ ହେଲା କଳାହାଣ୍ଡି, ସୁନ୍ଦରଗଡ, ପୁରୀ, ଢେ଼ଙ୍କାନାଳ ଓ ସୁନ୍ଦରଗଡ । ହଠାତ୍ ଅପରାହ୍ନରେ ଯାଜପୁର ଜିଲ୍ଲାରେ ପୁଣି ୬ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଫଳରେ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଯାଇଛି । ଯାଜପୁର ଜିଲ୍ଲା ଦଶରଥପୁର କଟିପଟାର ୪ ଜଣ ଯୁବକ ଆକ୍ରାନ୍ତ ହୋଇଥିବାବେଳେ ମଲିକାପୁର ଗାଁର ଜଣେ ମହିଳା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ବୟସ ୫୦ରୁ ୫୮ ବର୍ଷ ମଧ୍ୟରେ ହେବ । ପୂର୍ବରୁ ନିଜାମୁଦିନ ଆକ୍ରାନ୍ତଙ୍କଠାରୁ ପ୍ରଥମ କାରୋନା ରୋଗୀ ଯାଜପୁରରେ ଚିହ୍ନଟ ହୋଇଥିଲା । ଯାଜପୁରରେ ପୁଣି ୫ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଏହି ସଂଖ୍ୟା ଏବେ ୧୮ରେ ପହଚିଂଛି । ସେହିଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି । ୧୦୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ଜଣାଇ ଦିଆଯାଇଛି । ପଶ୍ଚିମବଙ୍ଗରୁ ୭ଶହ ବ୍ୟକ୍ତି ଓଡିଶାକୁ ପ୍ରବେଶ କରିଛନ୍ତି । ସେମାନେ ଯାଜପୁରକୁ ଚାଲିଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ବାଲେଶ୍ୱରରେ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୧୬ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହି ୩ ଜିଲ୍ଲାରେ ସଟ୍ଡାଉନ କଟକଣା ଜାରି କରାଯାଇଛି ।

Leave A Reply

Your email address will not be published.