ବାରଙ୍ଗ,୨୬।୧୦(ଏସଏସନିଉଜ) ବାରଙ୍ଗ ଥାନା ଅଧୀନସ୍ତ ସୀତାରାମ ବଜାରରେ ଥିବା ଏକ କାବାଡ଼ିଆ ଗୋଦାମରେ ନିଆ ଲାଗି ଗୋଟିଏ ବଖରା ଘର ଜଳିଯାଇଛି।ନିଆ ଲାଗିବାର ପକୃତ କାରଣ ଜଣାପଡିନାହି।ତେବେ ରବିବାର ଅପରାହ୍ନ ୪ଟାରେ ଗୋଦାମଘର ଆଗରେ ଥୁଆ ହୋଇଥିବା ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ସାମଗ୍ରୀରେ ଅଚାନକ ନିଆ ଲାଗିଯାଇଥିଲା।ଯାହାଫଳରେ ନିଆରେ ଗୋଦାମ ଘର ମଧ୍ୟ ଜଳିଯାଇଥିଲା।ସ୍ଥାନୀୟ ଲୋକମାନେ ନିଆକୁ ଲିଭାଇବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ବାରଙ୍ଗରୁ ଏକ ଦମକଳ ଆସି ନିଆକୁ ଆୟତ କରିଥଲା।(ଶେଖ୍ ମୁନାବଙ୍କ ରିପୋର୍ଟ)
