ଜନ୍ମ ଦେଲା ଗୁରାଣ୍ଡି ଓ ମଣିପୁର ହରିଣ

0 467

ବାରଙ୍ଗ,୧/୧୧(ଏସ୍‌ଏସ୍‌ନିୟୁଜ)ଆଜି ନନ୍ଦନକାନନରେ ଦୁଇଟି ନୁଆ ଅତିଥିଙ୍କ ଆଗମନ ହୋଇଛି ।ଗୋଟିଏ ହେଲା ମଣିପୁର ହରିଣ ଓ ଅନ୍ୟଟି ଗୁରାଣ୍ଡି ।୩୭ନଂ ଖୁଆଡରେ ଥିବା ଗୁରାଣ୍ଡି ଆଜି ଗୋଟିଏ ଶାବକ ଜନ୍ମ ଦେବାପରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ନନ୍ଦନକାନନରେ ୧୭ରେ ପହଁଚିଛି ।ସେମାନଙ୍କ ମଧ୍ୟରେ ୫ମାଇ ,୫ ଅଣ୍ଡିରା ଓ ୭ଟିର ଲିଙ୍ଗନିରୁପଣ ହୋଇପାରିନାହିଁ ।୩୬ବି ଖୁଆଡରେ ଥିବା ମଣିପୁର ହରିଣ ଏକ ଶାବକ ଜନ୍ମ ଦେବାରୁ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୧୫ରେ ପହଁଚିଛି । ସେଥିମଧ୍ୟରେ ୬ଅଣ୍ଡିରା,୫ମାଇ,୪ଟିର ଲିଙ୍ଗନିରୁପଣ ହୋଇପାରିନାହିଁ । ଉଭୟ ମା ଓ ଛୁଆ ସୁସ୍ଥ ଥିବାର ଜଣାପଡିଛି ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.