ବାଲେଶ୍ବର ,୨୦ା୯(ଏସଏସନିଉଜ)ବାଲେଶ୍ବର ରୁରାଲ୍ ୱାର୍କସ ସର୍କଲ ମୁଖ୍ୟଯନ୍ତ୍ରୀଙ୍କ ବିପୁଳ ସଂପତ୍ତି ଠାବ ହୋଇଛି ।ମୁଖ୍ୟଯନ୍ତ୍ରୀ ଏନ୍.ଭି. ହରିହର ରାଓଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ ।ବ୍ରହ୍ମପୁରରେ ଦୁଇ ମହଲା କୋଠା, ଭୁବନେଶ୍ବର ପାତ୍ରପଡ଼ାରେ କୋଠା,ବ୍ରହ୍ମପୁରରେ ଫ୍ଲାଟ, ଭୁବନେଶ୍ବର ଓ ବ୍ରହ୍ମପୁରରେ ୨ଟି ବେନାମୀ ଫ୍ଲାଟ ,ଭୁବନେଶ୍ବରରେ ୨ଟି ଓ ବ୍ରହ୍ମପୁରରେ ୨ଟି ଘରଯୋଗ୍ୟ ପ୍ଲଟ ଠାବ ହୋଇଛି ।ଏହାସହ ୧ କୋଟି ୧୧ ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ କାର୍ ଓ ଗୋଟିଏ ବାଇକ୍ ଜବତ କରିଛି ଭିଜିଲାନ୍ସ ।ବ୍ରହ୍ମପୁର ଜେଲ୍ରେ ଡାକ୍ତର ଥିବା ସଂପର୍କୀୟଙ୍କ ଘରୁ ୪୬ ଲକ୍ଷ ଟଙ୍କା ବି ମିଳିଥିବାର ଜଣାପଡିଛି ।
