ଜାନୁୟାରୀରେ ବଟାନିକାର୍ଲରେ ବଣଭୋଜି ମନା

0 208

ବାରଙ୍ଗ,୩/୧(ଏସଏସନିୟୁଜ) ୫ଦିନର ବନ୍ଦ ପରେ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ ଉଭୟପାର୍କ ପର୍ଯ୍ୟଟକମାନଙ୍କପାଇଁ ମଙ୍ଗଳବାରଠାରୁ ଖୋଲିବାକୁ ଯାଉଛି ।ଉଭୟପାର୍କ ବନ୍ଦ ସତ୍ୱେ ପ୍ରତିଦିନ ନଜାଣିପାରି କିଛିକିଛି ପର୍ଯ୍ୟଟକମାନେ ନନ୍ଦନକାନନକୁ ଆସି ନିରାଶ ହୋଇ ଫେରୁଥିଲେ ।ଯେଉଁମାନେ ଅନଲାଇନରେ ବଟାନିକାର୍ଲଗାର୍ଡେନପାଇଁ ପିଣ୍ଡି ଓ ଅନଲାଇନରେ ପ୍ରବେଶ ପାଇଁ ଟିକେଟ କାଟିଛନ୍ତି ସେମାନେ ୧୦ଦିନ ମଧ୍ୟରେ ସେମାନଙ୍କ ଟଙ୍କା ଫେରିପାଇବେ ବୋଲି ନନ୍ଦନକାନନ କର୍ତୁପକ୍ଷ ସୁଚନା ଦେଇଛନ୍ତି ।ସେହିଭଳିଭାବେ ମଙ୍ଗଳବାରଦିନ ଉଭୟପାର୍କ ଖୋଲୁଥିବାବେଳେ ବଟାନିକାର୍ଲଗାର୍ଡେନ ରେ ବଣଭୋଜି ପାଇଁ ବାରଣ କରାଯାଇଛି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ ବଢୁଥିବାରୁ ପର୍ଯ୍ୟଟକମାନଙ୍କ ହିତ ପାଇଁ ବଟାନିକାର୍ଲଗାର୍ଡେନରେ ବଣଭୋଜିକୁ ଜାନୁୟାରୀମାସରେ ବନ୍ଦ ରଖାଯାଇଛି । ଏହିସମୟଭିତରେ ପର୍ଯ୍ୟଟକମାନେ କେବଳ ବୁଲିବାର ବଟାନିକାର୍ଲଗାର୍ଡେନ ରେ ବୁଲି ମଜ୍ଜା ଉଠାଇପାରିବେ ବୋଲି ଉପ-ନିର୍ଦ୍ଦେଶକ ଡ.ସଞିତ କୁମାର କହିଛନ୍ତି ।

 

Leave A Reply

Your email address will not be published.