ଜାରି ହେଲା ଅନ୍‌ଲାକ୍‌-୪ ର ଗାଇଡ୍‌ଲାଇନ୍‌

0 396

ନୂଆଦିଲ୍ଲୀ,୨୯/୮(ସତ୍ୟସନ୍ଧାନ ଡେସ୍କ)ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୪ ଗାଇଡ୍‌ଲାଇନ୍ ଜାରି କରାଯାଇଛି।ସେପ୍ଟେମ୍ବର ପହିଲାରୁ ଦେଶରେ ଅନ୍‌ଲକ୍‌-୪ ଲାଗୁ ହେବାକୁ ଯାଉଛି। ସ୍ୱଭାବିକ ପରିସ୍ଥିତି ପାଇଁ ଅନଲକ-୪ରେ କେନ୍ଦ୍ର ସରକାର ଆଉ କିଛି ନିୟମରେ କୋହଳ କରିଛନ୍ତି ତେବେ ସେପ୍ଟେମ୍ବର ୧ରୁ ଅନଲକ- ୪ କାର୍ଯ୍ୟକାରୀ କରିବ  ।ଅନଲକ୍ ଗାଇଡଲାଇନ ଅନୁଯାୟୀ, ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି।ସେପ୍ଟେମ୍ବର ୭ରୁ ଦେଶରେ ଆରମ୍ଭ ହେବ ମେଟ୍ରୋ ସେବା, ତେବେ ଏଥିପାଇଁ ଖୁବଶୀଘ୍ର ଏସଓପି ଜାରି କରାଯିବ। ସର୍ବାଧିକ ୧୦୦ ଜଣ ଲୋକଙ୍କୁ ନେଇ ସାମାଜିକ କାର୍ଯ୍ୟକ୍ରମ ଆୟୋଜନକୁ କେନ୍ଦ୍ର ଅନୁମତି ଦେଇଛି । ସାମାଜିକ କାର୍ଯ୍ୟକ୍ରମ ବ୍ୟତୀତ, ସାଂସ୍କୃତିକ, ରାଜନୀତିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମକୁ ମଧ୍ୟ ମିଳିଛି ଅନୁମତି । ପୁର୍ବପରି ଏହି ସବୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକମାନେ ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ, ମାସ୍କ ଓ ହାତ ଧୋଇବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ। ତେବେ ସାମାଜିକ, ଶୈକ୍ଷିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ, ମନୋରଞ୍ଜନ ଓ ରାଜନୈନିକ ସମାବେଶକୁ ଅନୁମତି ମିଳିଛି। ସର୍ବାଧିକ ୧୦୦ଲୋକ ଏକାଠି ହେବାକୁ ଅନୁମତି ଦିଆଯାଇଛି।ବାହଘର କାର୍ଯ୍ୟ ଓ ଶୁଦ୍ଧିକ୍ରୀୟାରେ ମଧ୍ୟ ସେପ୍ଟେମ୍ବର ୨୦ ପରେ ୧୦୦ ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିବ।ପୂର୍ବଭଳି ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସେପ୍ଟେମ୍ବର ୩୦ ଯାଏ ସ୍କୁଲ, କଲେଜ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍‌ଲାଇନ୍ ଶିକ୍ଷାଦାନ ଜାରି ରହିବ, ଅଧିକ ପ୍ରୋତ୍ସାହିତ କରାଯିବ। ସ୍କୁଲକୁ ୫୦% ଶିକ୍ଷକ ଆସିବେ, ଅନ୍‌ଲାଇନ୍ ଶିକ୍ଷାଦାନ କରିବେ।ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବା ପାଇଁ ଅନୁମତି ମିଳିବା ସହ ଶିକ୍ଷକଙ୍କଠାରୁ ପାଠ ବୁଝିବାକୁ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ। ସ୍କୁଲ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ଆଇଟିଆଇ ଗୁଡ଼ିକରେ ଟ୍ରେନିଂ ଦେବାକୁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ।ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ମଧ୍ୟ କଟକଣା ରହିବ ।ସିନୋମ ହଲ୍, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ ବନ୍ଦ ରହିବ ।କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକଡାଉନ୍ ହୋଇପାରିବ ନାହିଁ । ଲକଡାଉନ୍ ନିହାତି ଜରୁରୀ ହେଲେ କେନ୍ଦ୍ରର ଅନୁମତି ନେବାକୁ ହେବ ।

 

 

 

Leave A Reply

Your email address will not be published.