ଜେମ ସ୍ପୋର୍ଟସଏକାଡେମୀ ପାଳନକଲା ଜାତୀୟକ୍ରୀଡାଦିବସ

0 103

ଭୁବନେଶ୍ବର ,୨୯ା୮(ଏସଏସନିଉଜ) ମଞ୍ଚେଶ୍ୱର,ସମେଇଗଡିଆରେଥିବା ରାଜ୍ୟର ଅଗ୍ରଣି ଜେମ ସ୍ପୋର୍ଟସଏକାଡେମୀ ଜାତୀୟକିଡାଦିବସ ପାଳନ କରିଛି ।ଏହିଅବସରରେ ଆଇନ ପରାମର୍ଶଦାତା ତଥା ଯୁବଓକିଲ ସୁବ୍ରତମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱରଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଗତ ଜୁନମାସରେ ଜେମ୍ ସ୍ପୋର୍ଟସ ଏକାଡେ଼ମୀରେ ହୋଇଥିବା ଦ୍ୱିତୀୟ କଳିଙ୍ଗଓପନ ଜାତୀୟଜିମ୍ନାଷ୍ଟିକପ୍ରତିଯୋଗିତାରେ ବିଜେତା ପ୍ରତିଯୋଗୀମାନଙ୍କୁ ମେଡାଲ ପ୍ରଦାନ କରିବାସହ କୁନିକୁନି ଖେଳାଳୀ ମାନଙ୍କୁ ପୁରସ୍କାର ପ୍ରଦାନକରି ସେମାନଙ୍କୁ ଉସ୍‌ାହିତ କରିଥିଲେ । ଏକାଡେ଼ମୀର ଅଧକ୍ଷା ମୀରାରାଣୀ ଦାସଙ୍କ ତତ୍ଵାବଧାନରେ ଆୟୋଜିତ ଏହିକାର‌୍ୟ୍ୟକ୍ରମରେ ସମ୍ମାନୀୟ ଅତିଥିଭାବେ ଅନୁପ କୁମାର ଖୁଣ୍ଟିଆ, ସମ୍ପାଦକ ଯଶୋବନ୍ତ ଦାସ, ପୃଷ୍ଠପୋଷକ ଅତିସ କୁମାର ରାଉତ, କୋଷାଧ୍ୟକ୍ଷ ଦେବବ୍ରତ ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।ପ୍ରଥମେ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସବୁପ୍ରକାରର ସହଯୋଗ କରିବେ ବୋଲି ବିଧାୟକ ପ୍ରତିଶୃତିଦେଇଥିଲେ ।ଶେଷରେ ପୂର୍ବତନ କର୍ପୋରେଟରସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଡ୍ରଦାନ କରିଥିଲେ ।(ଭୁବନେଶ୍ୱରରୁ ସୁବ୍ରତମହାପାତ୍ରଙ୍କ ରିପୋର୍ଟ)

Leave A Reply

Your email address will not be published.