ଝିଅକୁ ଗ୍ରହଣକଲାନାହିଁ ଜନ୍ମକଲା ମାଆ

ବାରଙ୍ଗ,୨୬ା୮(ଏସଏସନିଉଜ)ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କରିବାକୁ ବାଧ୍ୟ କରିବାରୁ ସେ ରାଜିନହେବାରୁ ତାକୁ ମାନସିକ ଓ ଶାରରୀକ ଜନ୍ତ୍ରଣା ଦେବାଭଳି ସଙ୍ଗିନ ଅଭିଯୋଗ ଆସିଛି ।ବାରଙ୍ଗର ଏକ ପ୍ରତିଷ୍ଠିତ ସରକାରୀ ବିଦ୍ୟାଳୟରେ ଅଧୟନକରୁଥିବା ଛାତ୍ରୀ ଜଣଙ୍କ ତାର ପରିବାରଲୋକ ଦେଉଥିବା ମାନସିକ ନିର‌୍ୟ୍ୟାତନା ଦେଉଥିବା କଥାକୁ ଶନିବାର ଦିନଶ୍ରେଣୀଶିକ୍ଷକଙ୍କ ପାଖରେ ବଖାଣିବାସହ ସୁରକ୍ଷା ମାଗିଛି ।ପରେ ପ୍ରଧାନଶିକ୍ଷୟତ୍ରୀଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟପରିଚାଳନାକମିଟି ଉପସ୍ଥିତିରେ ଛାତ୍ରୀର ପରିବାରଲୋକଙ୍କୁ ଡକାଯାଇ ପକୃତ ସତ୍ୟାସତ୍ୟ ଅନୁଧ୍ୟାନ କରାଯାଇଛି ।ଛାତ୍ରୀର ଜନ୍ମଦାତା ମାଆ ଓ ତାକୁ ଝିଅଭାବେ ଗ୍ରହଣ କରୁଥିବା ମାଆ ଉଭୟଙ୍କ ଉପସ୍ଥିତିରେ ଛାତ୍ରୀ ଜଣଙ୍କ ତାପ୍ରତି କରାଯାଉଥିବା ନିର‌୍ୟ୍ୟାତନା ବିଷୟରେ କହିଛି ।ଏହାପରେ ଉଭୟପରିବାର ଝିଅଟିକୁ ଗ୍ରହଣ କରିବାକୁ ରାଜିନହେବାରୁ ବିଦ୍ୟାଳୟ ତରଫରୁ ବାରଙ୍ଗଥାନାପୋଲିସର ସହାୟତା ନିଆଯାଇଛି ।ପୋଲସି ଉପସ୍ଥିତିରେ ଝିଅଟିକୁ ବାଳସୁଧାର ଗୃହକୁ ପଠାଇଦିଆଯାଇଛି

- Advertisement -

Leave A Reply

Your email address will not be published.