ଝିଅର ଶବ ବୋହିଲେ ବାପା

0 174

ମାଲକାନଗିରି,୧୧/୪(ଏସଏସନିଉଜ) ଏହି ବ୍ଲକ୍ ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ତୋଙ୍ଗଗୁଡ଼ା ଗାଁର ଇର୍ମା ମାଢ଼ିଙ୍କ ୪ବର୍ଷର ଝିଅ ରଶ୍ମି ମାଢ଼ି ଗତକାଲି ଗୁରୁତର ଅସୁସ୍ଥ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ ପରୀକ୍ଷାନିରିକ୍ଷା ପରେ ରକ୍ତହୀନତା ଅସୁସ୍ଥାତତର କାରଣ ହୋଇଥିବାରୁ ଝିଅକୁ ରକ୍ତଯୋଗଡକରିବାକୁ ଇର୍ମାକୁ ଡାକ୍ତରମାନେ ପରାମର୍ଶ ଦେଇଥଲେ ।କିନ୍ତୁ ରକ୍ତ ଯୋଗାଡ ନହେବା କାରଣରୁ ଝିଅର ଜୀବନ ଡାକ୍ତରଖାନାରେ ଚାଲିଯାଇଥିଲା ।ଗୋଟେପଟେ ଅର୍ଥର ଅଭାବ ଓ ଅନ୍ୟପଟେ ପରିଚିତ ଲୋକନଥିବାରୁ ଝିଅର ମୃତ୍ୟୁ ଘଟିଥିଲା ।ଏହାପରେ ଡାକ୍ତରଖାନାରୁ ଝିଅର ମୃତଦେହକୁ ଆମ୍ବୁଲାନ୍ସରେ ନେବାକୁ ପୁଣି ବାଧକ ସାଜିଥିଲା ଅର୍ଥ ।ଶେଷରେ ନିରୁପାୟ ହୋଇ ଇର୍ମା ଝିଅର ଶବକୁ ୧୦କିଲୋମିଟର ରାସ୍ତା ବାଇକରେ ଗାଁ ପର୍ଯ୍ୟନ୍ତ ନେଇଥିଲେ । ଏହି ସମ୍ବେଦନଶୀଳ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି ।

Leave A Reply

Your email address will not be published.