ଭୁବନେଶ୍ୱର,୧୮।୬(ଏସଏସନିଉଜ)ବରାହ ଶିକାର କରିବାକୁ ବିଛାଯାଇଥିବା କରେଣ୍ଟ ତାରରେ ଲାଗି ଜଣେ ଯୁବକର ମୃତ ଘଟିଥିବା ଜଣାପଡ଼ିଛି। ତାରସିଙ୍ଗି ଥାନା ଅନ୍ତର୍ଗତ ସିତାରାମପୁର ଜଙ୍ଗଲରେ ଏପରି ଏକ ଘଟଣା ଘଟିଛି ।ଗତ କାଲିରାତିରେ ୩ରୁ ଉର୍ଦ୍ଧ ଯୁବକ ନିକଟରେ ଥିବା ଜଙ୍ଗଲରେ ବରାହ ଶିକାର କରିବା ପାଇଁ ୧୧କେଭି ତାର ଲଗାଇଥିଲେ । ହେଲେ କୌଣସି କାରଣରୁ ସୁରଥ ପ୍ରଧାନ ସେହି ତାରରେ ଲାଗିଯାଇଥିଲା । ଅନ୍ୟ ଦୁଇଜଣ ଘଟଣା ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବରପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି।
